ଆଧାର କାର୍ଡରେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ! ଜାଣନ୍ତୁ କ’ଣ କହିଲେ ସରକାର

ମୋଦି ସରକାରଙ୍କ ତରଫଣୁ ଦେଶବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଯୋଜନା ଆରମ୍ଭ କରିବା ପୂର୍ବରୁ ପ୍ରତି ଶ୍ରେଣୀର ଲୋକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଏହି ଯୋଜନାଗୁଡିକରେ ଛାତ୍ରମାନଙ୍କ ଠାରୁ ଆରମ୍ଭ କରି ଚାକିରିଆ ପର୍ଯ୍ୟନ୍ତ ଏବଂ କୃଷକମାନଙ୍କ ଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଲୋନ୍ ମଧ୍ୟ ଆରମ୍ଭ କରିଥିଲେ । ଏହା ପରେ ବି ଲୋକମାନେ ଠକେଇ ପାଇଁ ଅନେକ ପ୍ରକାରର ସରକାରୀ ଯୋଜନା ଭଳି ନାମ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।
ଏପରି ସ୍ଥଳେ ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯାହାକୁ କେନ୍ଦ୍ର ସରକାରଙ୍କ ଏକ ଲୋନ୍ ଯୋଜନା ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ, ଆଧାର କାର୍ଡ ଥିବା ଏଭଳି ନାଗରିକଙ୍କୁ କେନ୍ଦ୍ର ସରକାର ସହଜ ଲୋନ୍ ଦେଉଛନ୍ତି । ଏହି ଲୋକଙ୍କୁ ଆଧାର କାର୍ଡ ମାଧ୍ୟମରେ ୪.୭୮ ଲକ୍ଷ ଟଙ୍କା ଲୋନ୍ ଦିଆଯାଇପାରିବ ।
ଭାଇରଲ ପୋଷ୍ଟକୁ ଫ୍ୟାକ୍ଟ-ଚେକ୍ କରିବା ପରେ ପିଆଇବି କହିଛି ଯେ, ଏହି ଦାବି ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ସରକାରଙ୍କ ପକ୍ଷରୁ ଏପରି କୌଣସି ଲୋନ୍ ଦିଆଯାଉ ନାହିଁ । ଏହା ସହ ଲୋକଙ୍କୁ ଏପରି ନକଲି ବାର୍ତ୍ତା ସେୟାର ନକରିବାକୁ ପରାମର୍ଶ ଦେଇଛି ପିଆଇବି । ସରକାରୀ ଯୋଜନା ବାହାନା କରି କିଛି ଦଲାଲ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରନ୍ତି, ଯାହା ଫଳରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନେ ଖାଲି କରନ୍ତି ବୋଲି ପିଆଇବି କହିଛି ।
It is being claimed that the central government is providing a loan of ₹4,78,000 to all Aadhar card owners#PibFactCheck
▶️ This claim is #fake
▶️ Do not forward such messages
▶️ Never share your personal/financial details with anyone pic.twitter.com/U5gbE3hCLD
— PIB Fact Check (@PIBFactCheck) August 16, 2022
ଏହା ପୂର୍ବରୁ ହ୍ଵାଟସଆପ୍ ଜରିଆରେ ଏକ ମେସେଜ ଆସୁଥିଲା କି, ପ୍ରଧାନମନ୍ତ୍ରୀ ମୋଦି ବେରୋଜଗାରୀ ଭତ୍ତା ଯୋଜନା ଅଧିନରେ ପ୍ରତି ବେରୋଜଗାରୀ ଯୁବଙ୍କୁ ପ୍ରତି ମାସରେ ୬ ହଜାର ଟଙ୍କା ଭତ୍ତା ଦେବେ। ଏଥିପାଇଁ ରେଜିଷ୍ଟ୍ରସନ ହେଉଛି ବୋଲି ମେସେଜ ଆସିଥିଲା। ଏହାକୁ ନେଇ ପିଆଇବି ତରଫରୁ ଫ୍ୟାକ୍ଟ ଚେକ୍ କରାଯିବା ପରେ ଏହହା ସଂପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଥିଲା। ତେଣୁ ଏଭଳି କୌଣସି ଯୋଜନା ବିଷୟରେ ସୂଚନା ପାଇବା ପରେ ପ୍ରଥମେ ସବୁକିଛି ବିବରଣୀ ହାସଲ କରିନେବା ଜରୁରୀ।