ପଶ୍ଚିମବଙ୍ଗରେ ଜୁଲାଇ ୩୧ ତାରିଖ ଯାଏ ବଢିଲା ଲକଡାଉନ, ଦିଦି ଡାକିଥିବା ସର୍ବଦଳୀୟ ବୈଠକରେ ହେଲା ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ଜୁଲାଇ ୩୧ ତାରିଖ ଯାଏ ବଢିଲା ଲକଡାଉନ । କରୋନା ଚେନକୁ ରୋକିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସର୍ବଦଳୀୟ ବୈଠକ ପରେ ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ତେବେ ସୋସିଆଲ ଡିସଟାନ୍ସ ସହ ସରକାରୀ କାର୍ଯ୍ୟାଳୟରେ କାମ ଚାଲିବ । ସେହିପରି ଲକଡାଉନ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ ।

ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ଓ ଏହାର ମୁକାବିଲା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୈଠକରେ ସବୁ ଦଳକୁ ନିମନ୍ତ୍ରଣ କରାଯାଇଥିଲା ।ବୈଠକରେ ଜୁଲାଇ ୩୧ ତାରିଖ ଯାଏ ଲକଡାଉନ ବଢାଇବାପାଇଁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.