ଇଂଲଣ୍ଡରେ ୪ ସପ୍ତାହ ବୃଦ୍ଧି ହୋଇପାରେ ଲକ୍‌ଡାଉନ

କେନ୍ୟୁଜ : ଇଂଲଣ୍ଡରେ ୪ ସପ୍ତାହ ବୃଦ୍ଧି ହୋଇପାରେ ଲକ୍‌ଡାଉନ। ବ୍ରିଟେନରେ କୋଭିଡ ୧୯ର ଡେଲ୍‌ଟା ଭାରିଆଣ୍ଟ ମାମଲାରେ ଲଗାତାର ବୃଦ୍ଧି ପରେ ଏଭଳି ନିଷ୍ପତ୍ତି ପାଇଁ ବିଚାର ଚାଲିଛି। ଜୁନ ୨୧ ତାରିଖ ପରେ ୪ ସପ୍ତାହ ଲକ୍‌ଡାଉନ ବୃଦ୍ଧି ପାଇଁ ସରକାର ଆଲୋଚନା ଚଳାଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ କହିଛନ୍ତି। ଗତକାଲି ଲଣ୍ଡନରେ ୭ହଜାର ୪୯୦ ନୂଆ ସଂକ୍ରମଣ ସହ ୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୮ ଦିନ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ। ସର୍ବାଧିକ ସଂକ୍ରମଣ ଡେଲ୍‌ଟା ଭାରିଆଣ୍ଟ କାରଣରୁ ହୋଇଛି। ପ୍ରାୟ ୯୦ ପ୍ରତିଶତ ସଂକ୍ରମିତଙ୍କ ଠାରେ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଯଦି ଡେଲ୍‌ଟା ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇନଥାନ୍ତା ତେବେ, ବ୍ରିଟେନରେ ସଂପୂର୍ଣ୍ଣ ଅନଲକ୍‌ର ସମ୍ଭାବନା ରହିଥିଲା। ୪ଟି ପର୍ଯ୍ୟାୟରେ ସଂପୂର୍ଣ୍ଣ ଅନ୍‌ଲକ୍‌ ଲାଗୁ କରିବାକୁ ପ୍ରସ୍ତୁତ ଥିଲେ ସରକାର। ତେବେ ସମସ୍ତ ପ୍ରକାର ବିକଳ୍ପ ଉପରେ ବିଚାର କରାଯାଉଥିବା ବେଳେ କୌଣସି ଅନ୍ତିମ ନିର୍ଣ୍ଣୟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.