ଦିଲ୍ଲୀରେ ଆଉ ୬ ଦିନ ବଢିଲା ଲକ୍‌ଡାଉନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ

ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ଦେଖି ବଢ଼ିଲା ଲକଡାଉନ୍ ଅବଧି। ତେଣୁ ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ଆଉ ସପ୍ତାହେ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ୬ ଦିନ ବଢ଼ିଲା ଲକଡାଉନ୍ । ମହାମାରୀର ପ୍ରକୋପକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଥିଲା ଲକଡାଉନ୍ । ମେ’ ୩ ତାରିଖ ସକାଳ ୫ଟା ଯାଏ ଦିଲ୍ଲୀରେ ଲକଡାଉନ୍ । ଗତ ୨୪ ଘଣ୍ଟାରେ ୩୫୭ ଜଣଙ୍କ ମୃତ୍ୟୁ ହୋଇଛି । ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ ।

ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪,୧୦୩ ନୂଆ କରୋନା ମାମଲା ଦେଖିବାକୁ ମିଳିଛି। ସବୁଠାରୁ ଚିନ୍ତାର ବିଷୟ ଯେ, ଦିଲ୍ଲୀରେ ଗୋଟେ ଦିନରେ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ରେକର୍ଡ ସୃଷ୍ଟି କରିଛି। ଏହାସହିତ ଦିଲ୍ଲୀରେ ପଜିଟିଭ ରେଟ୍‌ ବଢି ୩୨,୨୭% ହୋଇଯାଇଛି। ପୂର୍ବରୁ ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏଭଳି ନିଷ୍ପତ୍ତି ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.