ଚୀନରେ ବଢିଲାଣି କରୋନା : ପୁଣି ଆରମ୍ଭ ହେଲା ଲକଡାଉନ, ଘରେ ବନ୍ଦୀ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ

ଚୀନର କେତେକ ସହରରେ ପୁଣି କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି କାରଣ ଯୋଗୁଁ ପୁଣିଥରେ ଆରମ୍ଭ ହୋଇଛି ଲକଡାଉନ। ପ୍ରତିଦିନ ହଜାର ହଜାର ମାମଲାରେ କରୋନା ମାମଲା ଦେଖିବାକୁ ମିଳିଛି। ଏହା ଦେଖି ଚେଙ୍ଗଦୁ ସହରରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି। ଚୀନ ସରକାରଙ୍କ ଆଦେଶ ମୁତାବକ, ଗୁରୁବାରରୁ ରବିବାର ପର୍ଯ୍ୟନ୍ତ ଚେଙ୍ଗଦୁରେ କୋଭିଡ ପରୀକ୍ଷଣ ଅଭିଯାନ କରାଯାଇଥିଲା। ସିଚୁଆନର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ରାଜଧାନୀରେ ସମସ୍ତଙ୍କଚ ସନ୍ଧ୍ୟା ୬ଟାରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। କେବଳ ଦୈନିକ ଆବଶ୍ୟକତା ପାଇଁ ପରିବାରର ଜଣେ ଲୋକ ବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ଚୀନର ଡାଲିୟାନ ଏବଂ ଶେନଝେନରେ କରୋନା ମାମଲା ବୃଦ୍ଧି ପାଉଥିବା ଯୋଗୁଁ ଲକଡାଉନ ଘୋଷଣା କରାଯାଇଥିଲା। ସେହିପରି ରାଜଧାନୀ ବେଜିଂ ରେ କରୋନା ମାମଲା ଦେଖିବାକୁ ମିଳିନାହିଁ। କିନ୍ତୁ ବେଜିଂକୁ ଯିବାଆସିବା କରିବା ଉପରେ ପ୍ରତିବନ୍ଧକ ଲଗାଯାଛି। ଏଠାରେ ପ୍ରତିଦିନ କରୋନା ଯାଞ୍ଚ ହେଉଛି। ଚେଙ୍ଗୁଦ ଛଡା, ଉତ୍ତର ପୂର୍ବରେ ଶେନୟାଙ୍ଗ ଏବଂ ଦକ୍ଷିଣ ପୂର୍ବ ଜିଶୁଇ ଭଳି ସହରେ ଆଶିଂକ ତାଲାବନ୍ଦୀ କରାଯାଇଥିଲା।

ଚୀନକୁ ପ୍ରବେଶ କରୁଥିବା ବିଦେଶୀଙ୍କୁ ବାରଣ କରାଯାଇଛି। ଯେଉଁ ଲୋକଙ୍କୁ ହୋଟେଲରେ କ୍ୱାରେଣ୍ଟାଇନ କରାଯାଇଛି, ସେମାନଙ୍କୁ ପରିସ୍କାର ଏବଂ ପରିଚ୍ଛନ୍ନତା ବ୍ୟବସ୍ଥା ବିଷୟରେ ଜଣାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋମବାରକୁ ଚୀନର ଅର୍ଥନୀତି ଅସ୍ଥିର ହୋଇଥିବା ଜଣାଇଛନ୍ତି। ସେହିପରି ଚୀନର କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଲକଡାଉନ ଲଗାଇଯାଇଥିବା ନିଷ୍ପତ୍ତିକୁ ସାର୍ବଜନିକ ଭାବେ ଅସହମତି ପ୍ରକାଶ କରିଛି। ସେମାନଙ୍କ କହିବାନୁଯାୟୀ, ଯାତ୍ରା କରିବା, ଉଦ୍ୟୋଗ ଏବଂ ବ୍ୟାପାର ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.