ସରୋଗେସି ବ୍ୟବସ୍ଥାକୁ ବନ୍ଦ କରିବା ବିଲକୁ ଲୋକସଭା ସୋମବାର ମଞ୍ଜୁରୀ ଦେଇଦେଇଛନ୍ତି। ୨୦୧୯ରେ ଦେଶରେ ସରୋଗେସିର ଦୁରୂପଯୋଗ ରୋକିବା ଏବଂ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ସୁଖ ଦେବା ସୁନିଶ୍ଚିତ କରାଇବା ପ୍ରାବନ୍ଧନ କରାଯାଇଛି। ବିଲକୁ ସଂଶୋଧନରେ ଖାରଜ କରି ସଦନ ଆଇନକୁ ଧ୍ୱନିମତରେ ପାରିତ କରିଦିଆଯାଇଛି।
ଲୋକସଭାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ବିଲ୍ ଉପରେ ଚର୍ଚ୍ଚା ସମୟରେ କହିଲେ ଆଇନରେ ସରୋଗେସି ବ୍ୟବସ୍ଥା ଉପରେ ଲଗାମ ଲାଗିବ ଏବଂ ମହିଳାଙ୍କ ଉତ୍ପୀଡନ ରୋକିବ। ସେ କହିଛନ୍ତି ଯେ ଜାପାନ, ବ୍ରିଟେନ, ଅଷ୍ଟ୍ରେଲିଆ, ସ୍ପେନ, ସ୍ୱିଜରଲାଣ୍ଡ ଏବଂ ଜର୍ମାନୀ ସମେତ ଅନେକ ଦେଶରେ ବ୍ୟବସାୟିକ ସରୋଗେସି ପ୍ରତିବନ୍ଧିତ ରହିଛି କେବଳ ୟୁକ୍ରେନ, ଋଷ୍ ଏବଂ ଆମେରିକାର କାଲିଫର୍ଣ୍ଣିଆରେ ଏହା ବୈଧ ରହିଛି।
ଆଇନର ପ୍ରାବନ୍ଧନ
-ସନ୍ତାନ ଚାହୁଁଥିବା ମହିଳାଙ୍କ ବୟସ ୨୩ରୁ୫୦ ବର୍ଷ ଏବଂ ପୁରୁଷଙ୍କ ବୟସ ୨୬ ରୁ ୫୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
-ଦମ୍ପତିଙ୍କ ବିବାହକୁ ଅତିକମରେ ପାଞ୍ଜ ବର୍ଷ ହେବା ଅନିବାର୍ଯ୍ୟ ଏବଂ ସରୋଗେସି ପାଇଁ ଭାରତର ନାଗରିକ ହେବା ଉଚିତ।
-ଯେଉଁ ମହିଳାଙ୍କୁ ସରୋଗେଟ ମା କରାଯିବ, ସେ ଭାରତୀୟ ନାଗରିକ ଏବଂ ସନ୍ତାନ ଚାହୁଁଥିବା ଦମ୍ପତିଙ୍କର ସମ୍ପର୍କୀୟ ହେବା ଆବଶ୍ୟକ।
-ସରୋଗେଟ ମା’ଙ୍କ ବୟସ ୨୫ ରୁ ୩୫ ବର୍ଷ ହେବା ଉଚିତ। ସରୋଗେଟ ମାର ଶୋଷଣ ରୋକିବା ଏବଂ ସରୋଗେଟ ପିଲାଙ୍କ ଅଧିକାର ଦେବାର ପ୍ରାବନ୍ଧନ କରାଯିବ।
-ସରୋଗେସି ପାଇଁ ମାନବ ଭୃଣର ବିକ୍ରି ଉପରେ ୧୦ ବର୍ଷର କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା।
-ସରୋଗେସି ସେବା ଦେଉଥିବା ସମସ୍ତ କ୍ଲିନିକ ପାଇଁ ପଞ୍ଜୀକରଣ କରିବା ଅନିବାର୍ଯ୍ୟ ।
ଏହାସହ ପଢନ୍ତୁ : ମହିଳା ଜଣକ କୁକୁର ସହିତ କରିଥିଲେ କିଛି ଏପରି ଯେଉଁଥିପାଇଁ କାଟିବାକୁ ପଡିଲା ହାତ ଗୋଡ଼
ମହିଳା ସାଂସଦ ରଖିଲେ ନିଜର ରାୟ
ଏହି ବିଲ୍ ଉପରେ ଚର୍ଚ୍ଚା ସମୟରେ ଭାଜପା ସାଂସଦ ରତା ବହୁଗୁଣା ଯୋଶୀ କହିଛନ୍ତି ଦେଶରେ ସରୋଗେସି ଏକ ଉଦ୍ୟେଗରେ ପରିଶତ ହୋଇଛି। ଏମିତିରେ ଏହି ବିଲ୍ ମହିଳାଙ୍କ ଶୋଷଣ ରୋକିବ। ସେହିପରି ଏହି ବିଲ୍ ଉପରେ ଅନେକ ସାଂସଦ ବହୁତ ମନ୍ତବ୍ୟ ଦେଇଛନ୍ତି।