ଦେଶ ବିଦେଶ

ସବୁ ରାଜନୈତିକ ଦଳଙ୍କର ଗୋଟିଏ ପରିବାର ଉପରେ ନଜର, ଗୋଟିଏ ଘରେ କେବଳ ୧୨୦୦ ସଦସ୍ୟ

ଭୋଟ୍‌ ଦେବାରେ ରେକର୍ଡ କରିଛନ୍ତି ଏହି ପରିବାର । ହଁ ଆଜ୍ଞା ସେଥିପାଇଁ ତ ନିର୍ବାଚନ ଆସିଲେ ଏମାନଙ୍କ ଘରେ ଯାଇ ଡେରା ପକାନ୍ତି ସବୁ ରାଜନୈତିକ ଦଳ । ଏହି ପରିବାରକୁ ହାତମୁଠାକୁ ଆଣିବା ପାଇଁ ସମସ୍ତ ଦଳ ପ୍ରୟାସ ଜାରି ରଖିଛନ୍ତି । ଆପଣ ତ ଜାଣିଥିବେ ସାରା ଦେଶରେ ଏବେ ନିର୍ବାଚନକୁ ନେଇ ଜୋରଦାର ଆଲୋଚନା ହେଉଛି । ବିଭିନ୍ନ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଜନତାଙ୍କ ମନ ଜିତିବା ସହ ଭୋଟ ହାତେଇବା ପାଇଁ ଚାଲିଛି ନିର୍ବାଚନୀ କସରତ । ତେବେ ଏହି ଯୁଦ୍ଧ ଭିତରେ ସବୁ ରାଜନୈତିକ ଦଳର ନଜରରେ ରହିଛି ଗୋଟିଏ ପରିବାର ଉପରେ । ଆସାମ ନିର୍ବାଚନରେ ଗୋଟିଏ ପରିବାରକୁ ହାତମୁଠାକୁ ଆଣିବା ପାଇଁ ସମସ୍ତ ଦଳ ପ୍ରୟାସ ଜାରି ରଖିଛନ୍ତି । କାରଣ ଏହି ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ହେଉଛି କେବଳ ୩୫୦ । ଅର୍ଥାତ୍‌ ଏହି ଗୋଟିଏ ପରିବାର ହିଁ ପ୍ରାର୍ଥୀଙ୍କୁ ଜିତାଇ ପାରିବ ।

ଆସାମର ସୋନିତପୁର ଜିଲ୍ଲାରେ ରୁହନ୍ତି ଫୁଲୋଗୁରୀ ନେପାଳି ପାମଙ୍କ ଦିବଙ୍ଗତ ରାନ୍ ବାହାଦୁର ଥାପ୍ପାଙ୍କ ପରିବାର । ଯିଏକି ଦେଶରେ ସର୍ବାଧିକ ଭୋଟର ଥିବା ପରିବାର ଭାବେ ରେକର୍ଡ କରିଛି । ଏହି ଗୋଟିଏ ପରିବାରରେ ମୋଟ ୩୫୦ ଜଣ ଭୋଟର ରହିଛନ୍ତି । ତେବେ ପରିବାରର ସଦସ୍ୟ ସଂଖ୍ୟା ୧୨୦୦ରୁ ଅଧିକ ରହିଥିବା ବେଳେ ମତଦାନ ପାଇଁ ୩୫୦ ଜଣ ସଦସ୍ୟ ମତଦାନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏଠାରେ ଆସନ୍ତା ୧୯ ତାରିଖରେ ଲୋକସଭା ନିର୍ବାଚନର ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ରଙ୍ଗାପାରା ବିଧାନସଭା ଏବଂ ସୋନିତପୁର ସଂସଦୀୟ କ୍ଷେତ୍ରରେ ଅବସ୍ଥିତ ଏହି ସର୍ବାଧିକ ଭୋଟରଙ୍କ ପରିବାର ।

ରାନ୍ ବାହାଦୂର ଥାପ୍ପାଙ୍କର ୫ ଜଣ ପତ୍ନୀଙ୍କ ସହ ୧୨ ପୁଅ ଏବଂ ୯ ଝିଅ ଅଛନ୍ତି । ତେବେ ଥାପ୍ପାଙ୍କର ପରିବାରରେ ମୋଟ ୧୨୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ତାଙ୍କ ପୂର୍ବଜଙ୍କର ପ୍ରାୟ ୩୦୦ ପରିବାର ସୋନୀତପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଫୁଲୋଗୁରୀ ନେପାଳୀ ପାମ ଅଞ୍ଚଳରେ ବାସ କରନ୍ତି। ରାନ୍ ବାହାଦୂରଙ୍କର ୧୫୦ ରୁ ଅଧିକ ନାତି-ନାତୁଣୀ ବି ଅଛନ୍ତି । ନେପାଳୀ ପାମ୍ ଗାଁର ମୁଖ୍ୟ ତଥା ସ୍ୱର୍ଗତ ରୋନ୍ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପା କହିଛନ୍ତି ଯେ, ତାଙ୍କ ପରିବାରରେ ପ୍ରାୟ ୩୫୦ ଲୋକ ଅଛନ୍ତି ଯେଉଁମାନେ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି।

ତିଲ ବାହାଦୂର ଥାପ୍ପା କୁହନ୍ତି ଯେ ତାଙ୍କ ବାପା ୧୯୬୪ ମସିହାରେ ଜେଜେବାପାଙ୍କ ସହ ଏଠାକୁ ଆସି ଅବସ୍ଥାନ କରିଥିଲେ। ତାଙ୍କ ବାପାଙ୍କର ପାଞ୍ଚ ଜଣ ପତ୍ନୀ ଥିଲେ ଏବଂ ତାଙ୍କର ୧୨ ଭାଇ ଏବଂ ୯ ଭଉଣୀ ଅଛନ୍ତି । ଏହି ନିର୍ବାଚନରେ ନେପାଳୀ ପାମ ର ଥାପ୍ପା ପରିବାରର ପ୍ରାୟ ୩୫୦ ସଦସ୍ୟ ଭୋଟ୍ ଦେବାକୁ ଯୋଗ୍ୟ । ଯଦି ସମସ୍ତ ପିଲାଙ୍କୁ ଗଣନା କରାଯାଏ ତେବେ ପରିବାରର ମୋଟ ସଦସ୍ୟ ୧୨୦୦ରୁ ଅଧିକ ହେବେ।

ସତରେ ଏବେର ନିର୍ବାଚନ ମାହୋଲ ପୂରା ସରଗରମ ଥିବାବେଳେ ଗୋଟିଏ ପରିବାରର ୩୫୦ ଟି ଭୋଟ ମିଳିବା ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି । ତେବେ କହିବାକୁ ଚାହିଁବୁ ଯେ ବିଧାନସଭା କ୍ଷେତ୍ରରେ ସୋନିତପୁର ଲୋକସଭା ସିଟରେ ୧୬.୨୫ ଲକ୍ଷରୁ ଅଧିକ ମତଦାତା ଅଛନ୍ତି । ଆସାମରେ ୧୪ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ । ଯେଉଁଥିରେ ପ୍ରଥମ ପର୍ଯ୍ୟାୟ ୧୯ ଏପ୍ରିଲ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୬ ଏପ୍ରିଲ ଓ ତୃତୀୟ ପର୍ଯ୍ୟାୟ ୭ ମେରେ ହେବ ।

Pritiparna

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

29 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago