ଚାଲିଛି ଲୋକସଭା ନିର୍ବାଚନର ଭୋଟ୍ ଗଣତି । ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ NDA ଆଗରେ ରହିଛି । ସେହିପରି INDIA ପଛରେ ରହିଛି । ୫୪୩ ସିଟରୁ NDA ୩୦୮ଆସନରେ ଆଗରେ ଥିବା ବେଳେ INDIA ୧୪୮ ଆସନରେ ପଛରେ ରହିଛି । ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି । ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।
ଆଗୁଆ ଚାଲିଥିବା ପ୍ରାର୍ଥୀ :
ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ।
ଅମିତ ଶାହା ଗାନ୍ଧିନଗର ଲୋକସଭା ଆସନରୁ ଆଗୁଆ ।
ୱାୟନାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ଆଗୁଆ ।
ଲକ୍ଷ୍ନୌରେ ରାଜନାଥ ସିଂ ଆଗୁଆ ରହିଥିବା ବେଳେ ନାଗପୁରରେ ନୀତିନ ଗଡକାରୀ ଆଗୁଆ ରହିଛନ୍ତି ।
ବାରମତିରୁ ସୁପ୍ରିୟା ସୁଲେ ଆଗରେ ।
କନୌଜରୁ ଅଖିଳେଶ ଯାଦବ ଆଗରେ ।
ପିୟୁଷ ଗୋଏଲ ମୁମ୍ବାଇ ଉତ୍ତରରେ ଆଗୁଆ ।
ଗିରିରାଜ ସିଂ ବେଗୁସରାୟରେ ଆଗୁଆ ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନାରୁ ଆଗୁଆ ।
କିରନ ରିଜିଜୁ ଅରୁଣାଚଳ ପଶ୍ଚିମରୁ ଆଗୁଆ ।
ମନସୁଖ ମାଣ୍ଡଭୈ ପୋରବନ୍ଦରରେ ଆଗୁଆ ।
ଅନୁରାଗ ଠାକୁର ହମିରପୁରରୁ ଆଗୁଆ ।
ପଛୁଆ ଚାଲିଥିବା ପ୍ରାର୍ଥୀ :
ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରେ ପଛୁଆ ।
ସୁଲତାନପୁରରେ ମେନକା ଗାନ୍ଧି ପଛୁଆ ଚାଲିଥିବା ସମାଜବାଦୀ ପାର୍ଟି ନେତା ରାମଭୁଆଲ ନିଷାଦ ଆଗୁଆ ରହିଛନ୍ତି ।
ଅଯୋଧ୍ୟାରେ ବିଜେପି ପ୍ରାର୍ଥୀ ଲଲ୍ଲ ସିଂ ପଛୁଆ ରହିଛନ୍ତି ।
ଆଜମଗଢରେ ଦିନେଶ ଯାଦବ ନିରୁହା ପଛୁଆ ରହିଛନ୍ତି ।