ଲୋକସଭା ନିର୍ବାଚନ ୨୦୨୪: ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକରେ ମତଗଣନା ଜାରି

ଆଜି ଗଣତିର ଦିନ । ୫୪୩ ଲୋକସଭା ଆସନ ମଧ୍ୟରୁ ୫୪୨ ଆସନରେ ହେଉଛି ଭୋଟ୍‌ ଗଣତି ।

ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ମତଗଣନା ଚାଲିଛି । ୭ଟି ଆସନରେ ବିଜେପି ଆଗୁଆ ରହିଛି ।

ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି । ଏଠାରେ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଛି ।

ପଶ୍ଚିମବଙ୍ଗରେ ଲୋକସଭାର ମୋଟ ୪୨ଟି ଆସନ ରହିଛି । ଏଠାରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ ହୋଇଛି । ରାଜ୍ୟରେ ତୃଣମୂଳ କଂଗ୍ରେସ ଦଳ ୨୨ଟି ଆସନରେ ଆଗୁଆ ଚାଲିଛି ।

କର୍ଣ୍ଣାଟକରେ ଏନ୍‌ଡିଏ ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ରାଜ୍ୟରେ ୨୮ ଲୋକସଭା ଆସନ ରହିଛି ।

ଦିଲ୍ଲୀରେ ୭ ଆସନରେ ଆଗୁଆ ବିଜେପି ।

ବିହାରରେ ଆର୍‌ଜେଡିର ମୀସା ଭାରତୀ ପାଟଳିପୁତ୍ର ଲୋକସଭା ଆସନରେ ଆଗୁଆ ।

ପଶ୍ଚିମବଙ୍ଗରେ ୩୦ଟି ଆସନରେ ଟିଏମ୍‌ସି ଆଗୁଆ, ବିଜେପି ପଛୁଆ ।

You might also like