ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ, ୮ ରାଜ୍ୟରେ ୪୯ ଲୋକସଭା ଆସନରେ ମତଦାନ

ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ । ୬ଟି ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ। ଉତ୍ତରପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାର ଓ ଓଡିଶାର ୫ଟି ଲେଖାଏଁ ଓ ଝାଡ଼ଖଣ୍ଡର ୩ଟି ଆସନରେ ଭୋଟିଂ ଚାଲିଛି । ସେହିପରି ଜମ୍ମୁ କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲେଖାଏଁ ଲୋକସଭା ସିଟରେ ମତଦାନ ହେଉଛି। ପଞ୍ଚୟ ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହୋଉଛି।

ନୂଆଦିଲ୍ଲୀ : ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ । ୬ଟି ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ। ଉତ୍ତରପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାର ଓ ଓଡିଶାର ୫ଟି ଲେଖାଏଁ ଓ ଝାଡ଼ଖଣ୍ଡର ୩ଟି ଆସନରେ ଭୋଟିଂ ଚାଲିଛି । ସେହିପରି ଜମ୍ମୁ କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲେଖାଏଁ ଲୋକସଭା ସିଟରେ ମତଦାନ ହେଉଛି ।  ପଞ୍ଚୟ ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହୋଉଛି ।

ରାୟବରେଲି ଆସନରେ କଂଗ୍ରେସର ରାହୁଲ ଗାନ୍ଧିଙ୍କ ସହ ବିଜେପିର ଦିନେଶ ପ୍ରତାପ ସିଂଙ୍କ ସହ ମୁକାବିଲା ହେଉଛି ।  ଆମେଠି ଆସନରେ ବିଜେପିର ସ୍ମୃତି ଇରାନୀ ବନାମ କଂଗ୍ରେସର କିଶୋରୀ ଲାଲ ଶର୍ମା ଲଢେଇ  । ଲକ୍ଷ୍ନୌ ଆସନରେ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ।  ବିହାରରେ ହାଜିପୁର ଆସନରେ ଲୋକ ଜନଶକ୍ତି ପାର୍ଟି ରାମବିଳାସରୁ ଚିରାଗ ପାଶୱାନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।  ସରଣ ଆସନରେ ଆରଜେଡିର ରୋହିଣୀ ଆଚାର୍ଯ୍ୟ ଓ ବିଜେପିର ରାଜୀବ ପ୍ରତାପ ରୁଡ୍ଡିଙ୍କ ମଧ୍ୟରେ ଟକ୍କର । ମୁମ୍ବାଇର ୪ଟି ଓ କଲ୍ୟାଣ ଆସନରେ ହେଉଛି ମତଦାନ ।  ମୁମ୍ବାଇ ନର୍ଥ ଆସନରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ନିର୍ବାଚନ ଲଢୁଛନ୍ତି ।  ଶିବସେନା ଉଦ୍ଧବ ଗୋଷ୍ଠୀର ମୁମ୍ବାଇ ନର୍ଥ -ୱେଷ୍ଟରେ ରବିନ୍ଦ୍ର ୱାଇକର ଓ ମୁମ୍ବାଇ ସାଉଥ ଆସନରେ ଲଢୁଥିବା ଅରବିନ୍ଦ ସାୱନ୍ତଙ୍କ ଉପରେ ରହିଛି ନଜର । ମୁମ୍ବାଇ ନର୍ଥ- ସେଣ୍ଟ୍ରାଲ ଆସନରେ ବିଜେପିର ଉଜ୍ବଳ ନିକ୍କମ ଓ ବିଜେପିର ବର୍ଷା ଗାଏକୱାଡଙ୍କ ମଧ୍ୟରେ ହେଉଛି ଟକ୍କର । ବାରାମୁଲ୍ଲା ଆସନରେ ନ୍ୟାସନାଲ କନ୍ ଫରେନ୍ ସର ଓମର ଅବଦୁଲ୍ଲା ନିର୍ବାଚନ ଲଢୁଛନ୍ତି । ପଶ୍ଚିମବଙ୍ଗର ହୁଗଲି ଆସନରେ ବିଜେପିର ଲକେଟ ଚାଟାର୍ଜୀ ଓ ଟିଏମସିର ରଚନା ବାନାର୍ଜୀଙ୍କ ମଧ୍ୟରେ ମୁକାବିଲା ହେଉଛି ।

Leave A Reply

Your email address will not be published.