ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା

ନୁଆଦିଲ୍ଲୀ: କ’ଣ ହେବ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବର ଭାଗ୍ୟ। ଆଜି ତାହା ସ୍ପଷ୍ଟ ହେବ। ମୋଦି ସରକାର ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ପରେ ଭୋଟିଂ ହେବ। ଏଭିତରେ ଆଲୋଚନା ବେଳେ ନିଜ ଦଳର ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଭିନ୍ନ ପାର୍ଟି ହ୍ଵିପ ଜାରି କରିଛନ୍ତି। ୫ ବର୍ଷ ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ତେଣୁ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ AIADMK। ଲୋକସଭାରେ AIADMKର ୩୭ ଜଣ ସାଂସଦ ଅଛନ୍ତି।

ସେପଟେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁଛି DMK। ତେବେ ଲୋକସଭାରେ DMKର କୌଣସି ସାଂସଦ ନାହାନ୍ତି। ଅନାସ୍ଥା ପ୍ରସ୍ତାବକୁ ଶିବସେନା ମଧ୍ୟ ବିରୋଧ କରିବ ବୋଲି କହିଛି। ଅନାସ୍ଥା ପ୍ରସ୍ତାବ ଅନୁମୋଦନ ପାଇଁ ଗୃହର ୨୭୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏବେ ଲୋକସଭାରେ ବିଜେପିର ୨୭୩ ସାଂସଦ ଅଛନ୍ତି। ଯାହାକି ବହୁମତ ସାବ୍ୟସ୍ତ ପାଇଁ ଯଥେଷ୍ଟ। ତେବେ ବିଜେଡି ଭଳି କେତେକ ଆଞ୍ଚଳିକ ଦଳର ଭୂମିକା ମଧ୍ୟ ନିର୍ଣ୍ଣାୟକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.