ଲୋକୋ ପାଇଲଟଙ୍କ ପାଇଁ ଖାଦ୍ୟ ଏବଂ ଶୌଚାଳୟ ବିରତି ମନା କଲା ଭାରତୀୟ ରେଳବାଇ, ଜାଣନ୍ତୁ କାହିକିଁ ?

ଦିଲ୍ଲୀ: ଭାରତୀୟ ରେଲବାଇରେ ଲୋକ ପାଇଲଟମାନଙ୍କର ଦୀର୍ଘ ସମୟ ଧରି ଦାବି କରୁଥିବା ଆବଶ୍ୟକତାକୁ ଖାରଜ କରିଦେଇଛନ୍ତି ।  ଯାହାକି ଡ୍ୟୁଟିରେ କାମ କରୁଥିବା ସମୟରେ ଖାଦ୍ୟ ଖାଇବା ଏବଂ ଶୌଚାଳୟ ଯିବା ପାଇଁ ବ୍ରେକ ଦେବାପାଇଁ ବାରମ୍ବାର କୁହାଯାଇଥିଲା । ତେବେ ଏହି ପ୍ରସଙ୍ଗକୁ ନେଇ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ଗ୍ରହଣ କରିବା ସହିତ ଦୀର୍ଘ ଦିନର ଦାବିଗୁଡ଼ିକୁ ରେଳ ବୋର୍ଡ ପ୍ରତ୍ୟାଖ୍ୟାନ କରିଛି ।

ରେଳ ବୋର୍ଡ କହିଛି ଯେ ଡ୍ୟୁଟିରେ ଥିବା ସମୟରେ ଲୋକୋ ପାଇଲଟମାନଙ୍କୁ ଖାଦ୍ୟ ପାଇଁ ବିରତି ଏବଂ ଶୈାଚାଳୟ ଯିବା ସମ୍ଭବ ନୁହେଁ  । ସାରା ଦେଶରେ ବଢ଼ୁଥିବା ବଡ଼ ବଡ଼ ରେଳ ଦୁର୍ଘଟଣା ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ।  ଯେଉଁଠାରେ ପ୍ରାୟତଃ ମାନବ ତ୍ରୁଟିକୁ ଦୁର୍ଘଟଣା ର ମୁଖ୍ୟ କାରଣ ବୋଲି ଦାୟୀ କରାଯାଉଛି ଏତତ ବ୍ୟତୀତ ରେଳବାଇ ଲୋକୋ କ୍ୟାବିନଗୁଡ଼ିକରେ କ୍ରୁ ଭଏସ୍ ଏବଂ ଭିଡିଓ ରେକର୍ଡିଂ ସିଷ୍ଟମ୍ ସ୍ଥାପନକୁ ସମର୍ଥନ କରି କହିଛି ଯେ ଏହା ଗୋପନୀୟତାର ଉଲ୍ଲଂଘନ ନୁହେଁ ।  ଏହି ସୁବିଧା ଘଟଣା ପରବର୍ତ୍ତୀ ବିଶ୍ଳେଷଣରେ କ୍ରୁଙ୍କୁ ସହାୟତା ଏବଂ ସମର୍ଥନ ପ୍ରଦାନ କରିବା ଦିଗରେ ସହାୟକ ହେବ ।

ଉଚ୍ଚ ସ୍ତରୀୟ କମିଟିର ସୁପାରିଶ ଜବାବରେ AILRSA କହିଛି ଯେ ଟ୍ରେନ ର ଗତି ସୀମା ୧୧୦ କିଲୋମିଟର ପ୍ରତି ଘଣ୍ଟାରୁ ୧୩୦ କିଲୋମିଟର ପ୍ରତି ଘଣ୍ଟାକୁ ବୃଦ୍ଧି କରାଯିବା ଯୋଗୁଁ ଲୋକୋ ପାଇଲଟମାନଙ୍କ ଚାପ ସ୍ତର ବହୁତ ବୃଦ୍ଧି ପାଇଛି ।
ହାଇ-ସ୍ପିଡ୍ ଟ୍ରେନର ଗତି ପୂର୍ବର ୧୧୦ କିଲୋମିଟର ପ୍ରତି ଘଣ୍ଟାରୁ ୧୩୦ କିଲୋମିଟର ପ୍ରତି ଘଣ୍ଟାକୁ ବୃଦ୍ଧି କରାଯାଇଥିଲା । କମିଟି ୨୦୦ କିଲୋମିଟର କିମ୍ବା ତା’ଠାରୁ ଅଧିକ ଦୂରତା ପାଇଁ ଚାଲୁଥିବା ମେନଲାଇନ୍ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (MEMU) ଟ୍ରେନଗୁଡ଼ିକରେ ଜଣେ ସହାୟକ ଲୋକୋ ପାଇଲଟ୍ ନିୟୋଜିତ କରିବାକୁ ମଧ୍ୟ ସୁପାରିଶ କରିଥିଲା ।

AILRSA କେନ୍ଦ୍ରୀୟ ସଂଗଠନ ସମ୍ପାଦକ ଭି. ବାଲଚନ୍ଦ୍ରନଙ୍କ ମତ୍ତ ଅନୁସାରେ ଅନେକ ସୁପରଫାଷ୍ଟ ଟ୍ରେନ ପ୍ରାୟ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ନନଷ୍ଟପ୍ ଚାଲିଥାଏ । ଯେମିତିକି ରାତି ୧୧.୧୦ ରେ ବିଜୟୱାଡାରେ ନୂଆଦିଲ୍ଲୀ-ଚେନ୍ନାଇ ତାମିଲନାଡୁ ଏକ୍ସପ୍ରେସର ଦାୟିତ୍ୱ ନେଉଥିବା ଜଣେ କର୍ମଚାରୀଙ୍କୁ ପରଦିନ ସକାଳ ୬.୩୫ ରେ ଚେନ୍ନାଇରେ ପହଞ୍ଚିବା ପର୍ଯ୍ୟନ୍ତ ଟ୍ରେନଟିକୁ ବାଟରେ ନ ଅଟକାଇ ଚଳାଇବାକୁ ପଡିବ।

ଯହି ଆମେ ମହିଳା ଲୋକୋ ପାଇଲଟଙ୍କ ଅବସ୍ଥା କଥା କହିବା ତାହେଲେ ଆହୁରି ଖରାପ । ସେମାନଙ୍କୁ ଅଧିକ ଲମ୍ବା ଥିବା ରୁଟରେ ଜରୁରୀକାଳୀନ ପରିସ୍ଥିତି ନ ହେଲେ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ ମଝି ସେକ୍ସନ ଷ୍ଟେସନରେ ଅଟକାଯାଇପାରିବ ନାହି ବୋଲି କହିଛନ୍ତି ବାଲଚନ୍ଦ୍ରନ । ଜଣେ ଲୋକୋ ପାଇଲଟ୍ ଖାଇବା କିମ୍ବା ଶୈଚାଳୟ ନିୟନ୍ତ୍ରଣ କରିବାରେ ଅସମର୍ଥ ହୁଅନ୍ତି ଏହା ବିଭ୍ରାନ୍ତ ସୃଷ୍ଟି କରିବ ଏବଂ ସତର୍କତାର ସ୍ତରକୁ ହ୍ରାସ କରିପାରେ ।

Also read: ଆସିଷ୍ଟାଣ୍ଟ ଲୋକୋ ପାଇଲଟର ୧୮୭୯୯ ପଦବୀ ପାଇଁ ରିଭାଇଜଡ୍ ଭ୍ୟାକେନ୍ସି ଜାରି, ତୁରନ୍ତ କରନ୍ତୁ ଆବେଦନ