ଦେବେଗୌଡ଼ାଙ୍କ ନାତିଙ୍କ ବିରୋଧରେ ଲୁକ ଆଉଟ ନୋଟିସ, ସେକ୍ସ ସ୍କାଣ୍ଡାଲ ଧରା ପଡ଼ିବା ପରେ ପ୍ରଜ୍ବଳ ଫେରାର
ସାସଂଦଙ୍କ ଯୌନ ଶୋଷଣ ମାମଲାକୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ । ଜେଡିଏସ ଲୋକସଭା ପ୍ରାର୍ଥୀ ପ୍ରଜ୍ବଳ ରେଭାନ୍ନାଙ୍କ ବିରୋଧରେ ଲୁକ ଆଉଟ ନୋଟିସ। ସେସ୍କ ସ୍କାଣ୍ଡାଲ ମାମଲାରେ ଜାରି ହୋଇଛି ଲୁକ ଆଉଟ ସର୍କୁଲାର । ସାରା ବିଶ୍ବର ସବୁ ଇମିଗ୍ରେସନ ପଏଣ୍ଟରେ ଲୁକ ଆଉଟ ନୋଟିସ ଲାଗିଛି । ତେବେ ରେଭାନ୍ନା ଏପ୍ରିଲ ୨୬ରୁ ଜର୍ମାନୀ ପଳାଇଛନ୍ତି ।
ନୂଆଦିଲ୍ଲୀ : ସାସଂଦଙ୍କ ଯୌନ ଶୋଷଣ ମାମଲାକୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ । ଜେଡିଏସ ଲୋକସଭା ପ୍ରାର୍ଥୀ ପ୍ରଜ୍ବଳ ରେଭାନ୍ନାଙ୍କ ବିରୋଧରେ ଲୁକ ଆଉଟ ନୋଟିସ। ସେସ୍କ ସ୍କାଣ୍ଡାଲ ମାମଲାରେ ଜାରି ହୋଇଛି ଲୁକ ଆଉଟ ସର୍କୁଲାର । ସାରା ବିଶ୍ବର ସବୁ ଇମିଗ୍ରେସନ ପଏଣ୍ଟରେ ଲୁକ ଆଉଟ ନୋଟିସ ଲାଗିଛି । ତେବେ ରେଭାନ୍ନା ଏପ୍ରିଲ ୨୬ରୁ ଜର୍ମାନୀ ପଳାଇଛନ୍ତି । ଯୌନ କେଳେଙ୍କାରୀ ଧରା ପଡ଼ିବା ପରେ ସେ ଫେରାର ହୋଇ ଯାଇଛନ୍ତି ।
ଅନ୍ୟପଟେ ପଚରାଉଚରା ପାଇଁ ୭ ଦିନ ଭିତରେ ହାଜର ହେବାକୁ ପ୍ରଜ୍ବଳଙ୍କୁ ନୋଟିସ ଜାରି କରିଛି ସ୍ପେସାଲ ଇନଭେଷ୍ଟିଗେଟିଭ୍ ଟିମ-SIT । ୨୪ ଘଣ୍ଟା ମଧ୍ୟରେ SIT ରେ ହାଜର ହେବା ପାଇଁ ପ୍ରଜ୍ବଳ ରେଭାନ୍ନା ଏବଂ ତାଙ୍କ ପିତା HD ରେଭାନ୍ନାଙ୍କୁ ସିଆରପିସିର ଧାରା ୪୧(A) ଅନୁଯାୟୀ ନୋଟିସ ଜାରି କରାଯାଇଛି । ଯଦି ଆଇନ ଅନୁଯାୟୀ ସେ ୨୪ ଘଣ୍ଟା ମଧ୍ୟରେ SITରେ ହାଜର ନ ହୁଅନ୍ତି, ତେବେ ତାଙ୍କୁ ଗିରଫ କରାଯିବ । କାଲବୁର୍ଗିରେ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ସେ ତାହା ନକରନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଏସବୁ ମଧ୍ୟରେ ଆଉ ଜଣେ ମହିଳା ଅଭିଯୋଗକାରୀ ସାମ୍ନାକୁ ଆସିଛନ୍ତି । ପ୍ରଜ୍ବଳ ଓ ତାଙ୍କ ବାପାଙ୍କ ବିରୋଧରେ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି ।
ସେକ୍ସ ସ୍କାଣ୍ଡାଲ ଧରାପଡ଼ିବା ପରେ ତାଙ୍କୁ ଜେଡିଏସରୁ ନିଲମ୍ବନ କରାଯାଇଛି । ଜେଡିଏସ ପ୍ରତିଷ୍ଠାତା ଦେବେଗୌଡ଼ାଙ୍କ ନାତି ହେଉଛନ୍ତି ପ୍ରଜ୍ବଲ ରେବାନା । ପ୍ରଜ୍ବଲ ରେବାନା ହସନ ଆସନରୁ ଜେଡିଏସ ପ୍ରାର୍ଥୀ ହୋଇଛନ୍ତି । ଏପ୍ରିଲ ୨୬ରେ ହସନ ଆସନରେ ମତଦାନ ହେବାର କିଛି ଦିନ ପୂର୍ବରୁ ତାଙ୍କ ସେକ୍ସ ସ୍କାଣ୍ଡାଲ ଭିଡିଓ ଭାଇରାଲ ହୋଇଥିଲା। ଅଭିଯୋଗ ପରେ କର୍ଣ୍ଣାଟକ ସରକାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ -ଏସଆଇଟି ଗଠନ କରିଛନ୍ତି। ଭିଡିଓ ଜାରି କରିଥିବା ପ୍ରଜ୍ବଳଙ୍କ ଡ୍ରାଇଭର ମାଲେସିଆ ଫେରାର ହୋଇଯାଇଛି ।