ସମ୍ପତ୍ତି ସହ ଲୁଟି ନେଲେ ଇଜ୍ଜତ୍

ଗାଜିଆବାଦ : ଦୁଇଜଣ ଡକାୟତ ଲୁଟ୍ ଉଦ୍ଦେଶ୍ୟରେ ଘରେ ପଶିଲେ । ଚୋରି ବି କଲେ ତା ସାଙ୍ଗକୁ ଲୁଟି ନେଲେ ମହିଳାଙ୍କ ଇଜ୍ଜତ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ଗାଜିଆବାଦରେ । ବୁଧବାର ରାତିରେ ଗାଜିଆବାଦର କକ୍ରା ଗାଁରେ ପାଞ୍ଚ ଜଣ ଡକାୟତ ଜଣେ ଗ୍ରାମବାସୀଙ୍କ ଘରେ ପଶିଥିଲେ । ସେମାନେ ସମ୍ପତ୍ତି ଲୁଟ୍ କରିବା ପାଇଁ ଘରର ସଦସ୍ୟମାନଙ୍କୁ ବନ୍ଧକ ରଖିଥିଲେ । ଏତିକି ବେଳେ ସେମାନଙ୍କ ଭିତରୁ ଦୁଇ ଜଣ ଘରର ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି । ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like