ଥମିବା ବଦଳରେ ନୂଆ ଅଞ୍ଚଳକୁ ବ୍ୟାପୁଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ୨୪ ମୃତ, ଜଳିଗଲାଣି ୧୨ ହଜାରରୁ ଅଧିକ ଘର

ବେକାବୁ ହୋଇ ଚାଲିଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ । ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ଅନେକ ନିଖୋଜ । ଲସ ଏଞ୍ଜେଲସରେ ଲାଗିଥିବା ନିଆଁ ବ୍ୟାପୁଥିବାରୁ ଭୟଙ୍କର ସ୍ଥିତି ଉପୁଜିଛି । ଥମିବା ବଦଳରେ ନୂଆ ଅଞ୍ଚଳକୁ ଗ୍ରାସୁଛି ଜଙ୍ଗଲ ନିଆଁ । ୧୨ ହଜାରରୁ ଅଧିକ ଘର ଜଳି ଗଲାଣି ।

ନିଆଁର ଆଁ ଭିତରେ ପାସିଫିକ୍ ପାଲିସେଡ୍ ସହର । ଏଠାରେ ପ୍ରାୟ ୧୦୦୦ ଏକର ଯାଏଁ ନିଆଁ ବ୍ୟାପିଛି, ଯେଉଁଥିରେ ହଜାର ହଜାର ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଫଳରେ ଏଠାର ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି। ବହୁ ବନ୍ୟଜନ୍ତୁ ଜଙ୍ଗଲ ନିଆଁରେ ଜଳି ଗଲେଣି । ପ୍ରାୟ ୨ଲକ୍ଷ ଲୋକ ଘରଦ୍ବାର ଛାଡ଼ି ପଳାଇଛନ୍ତି । ଅନେକ ହଲିଉଡ୍ ତାରକା ଘର ଛାଡ଼ିଛନ୍ତି। କିଛି ସହର ସଂପୂର୍ଣ୍ଣ ଜଳି ଗଲାଣି । ୧୨ ଲକ୍ଷ କୋଟିର ସଂପତ୍ତି ପାଉଁଶ ହୋଇ ଗଲାଣି । ଅନେକ ହଲିଉଡ୍ ତାରକା ଘର ଛାଡ଼ିଛନ୍ତି । କିଛି ସହର ସଂପୂର୍ଣ୍ଣ ଜଳି ଗଲାଣି ।  ଆମେରିକା ଇତିହାସରେ ଏହା ସବୁଠୁ ବଡ଼ ଅଗ୍ନିକାଣ୍ଡ ।

ନିଆଁ ଯୋଗୁଁ ୩୩୫ ସ୍କୁଲ ବନ୍ଦ କରିଦିଆଯାଇଛି । ସରକାରୀ ଏଜେନ୍ସୀ ନିଆଁକୁ ଆୟତ୍ତ କରିବା ପାଇଁ ବିସ୍ଥାପିତଙ୍କୁ ସାହାଯ୍ୟ କରୁଛି ।

ତେବେ ଜଙ୍ଗଲ ନିଆଁକୁ ଇନ୍ଧନ ଦେଉଛି ସାଉଥ ଅନ୍ ୱିଣ୍ଡ । ଏହି ପବନ ନିଆଁକୁ ବ୍ୟାପିବାରେ ସହାୟତା କରୁଛି । ଦକ୍ଷିଣ ଲସ୍ ଏଞ୍ଜେଲସ୍ ର ଶୁଷ୍କ ଅଞ୍ଚଳରୁ ଆସୁଥିବା ଏହି ପବନ ନିଆଁକୁ ଅଧିକ ଭୟଙ୍କର କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ଯଥେଷ୍ଟ ପାଣି ନାହିଁ । ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ପାଣି ବର୍ଷା କରାଯାଉଛି । ନିଆଁ ଲିଭାଇବା ପାଇଁ ସରକାର ଲାଗି ପଡିଛନ୍ତି । ତଥାପି ନିଆଁ ଆୟତ୍ତ ହେଉନାହିଁ। ନିଆଁକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

ସୂଚନାଯୋଗ୍ୟ, କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ ଜାନୁଆରୀ ୭ ତାରିଖରେ ଲାଗିଥିଲା, ଯାହା ଏକ ସପ୍ତାହ ପରେ ମଧ୍ୟ ଥମିବାର ନାଁ ଧରୁନି । ୩୦ ହେଲିକପ୍ଟର ଆକାଶରୁ ପାଣି ବୃଷ୍ଟି କରୁଛନ୍ତି । ନିଆଁ ଆୟତ୍ତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଜଳ ଅଭାବକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ।

You might also like