କୂଅରୁ ପାଣି ନୁହେଁ ବାହାରିଲା ଏହି ସବୁ ଜିନିଷ, ଯାହାକୁ ଦେଖି ଲୋକଙ୍କ ମୁଣ୍ଡ ହୋଇଗଲା ଟିଣ

ଗାଁ ଗହଳିରେ ଆପଣମାନେ କୂଅ ନିଶ୍ଚିତ ଦେଖିଥିବେ। ଆଗକାଳରେ ଲୋକେ ପାଣି ପାଇଁ କୂଅ ଉପରେ ନିର୍ଭର କରୁଥିଲେ। ରୋଷେଇ ଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଦରକାର ରହିଥିଲା। କିନ୍ତୁ ଏବେ ଘରେ ଘରେ ବୋରେଓ୍ଵଲ ଯୋଗୁଁ ଆଉ କେହି କୂଅ ଉପରେ ନିର୍ଭର କରୁନାହାନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ଏପରି ଏକ କୂଅ ରହିଛି ଯେଉଁଥିରୁ ପାଣି ନୁହେଁ, ଯାହା ବାହାରୁଛି, ତାକୁ ଦେଖି ସ୍ଥାନୀୟ ଲୋକଙ୍କ ମୁଣ୍ଡ ଟିଣ ହୋଇଯାଇଛି। ଏହି କୂଅରୁ ଏଲଇଡି ଟିଭି, ବ୍ୟାଗ, କ୍ୟାମେରା, ଆଧାର କାର୍ଡ ବାହାରିଥାଏ। ଆପଣ ଭାବୁଥିବେ ଏପରି କେମିତି ହେଲା, କୂଅରୁ ଏହିସବୁ ଜିନିଷ କିପରି ବାହାରିଲା।

well

ମଧ୍ୟପ୍ରଦେଶର ଦମୋହରେ ଏପରି ଏକ କୂଅ ଅଛି, ଯେଉଁଥିରୁ ଏଲଇଡି ଟିଭି, ବ୍ୟାଗ, କ୍ୟାମେରା ଏବଂ ଆଧାର କାର୍ଡ ସମେତ ଅନେକ ଜିନିଷ କୂଅ ମଧ୍ୟରୁ ମିଳିଛି। ଏହାକୁ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଜମିଛି। ଆପଣ ଭାବୁଥିବେ କୂଅ ଭିତରକୁ ଏତେ ମାତ୍ରାରେ ଜିନିଷ କେମିତି ଆସିଲା। ଏହା କୌଣସି ଚୋରି ଜିନିଷ ହୋଇଥାଇ ପାରେ ବୋଲି ଆପଣଙ୍କ ମନକୁ ଆସୁଥାଇପାରେ। ଆପଣଙ୍କ ଭାବନା ସତ।

wll e

ଗତ କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ପୋଲିସ ଗିରଫ କରିଥିଲା। ପୋଲିସ ଏମାନଙ୍କୁ ପଚରା ଉଚରା କରିବାରୁ ଅନେକ ସତ୍ୟ ସାମ୍ନାକୁ ଆସିଥିଲା। ସେମାନେ ଚୋରି କରିଥିବା ଯେଉଁ ଜିନିଷ ସେମାନଙ୍କର ଦରକାରରେ ଆସିନଥାଏ , ସେମାନେ ତାକୁ ନେଇ କୂଅରେ ପକାଇ ଦିଅନ୍ତି। ସେଥିପାଇଁ କୂଅରୁ ଟିଭି, ବ୍ୟାଗ, କ୍ୟାମେରା ଏବଂ ଆଧାର କାର୍ଡ ଭଳି ଜିନିଷ କୂଅରୁ ବାହାରିଲା। ଯାହାକୁ ଦେଖିବାକୁ ସେଠାରେ ଲୋକଙ୍କ ଭିଡ ଜମିଥିଲା। କେବଳ ପଇସା ଏବଂ ଗହଣାକୁ ଛାଡି ବାକି ସବୁ ଜିନିଷକୁ ଚୋର କୂଅରେ ପକାଇ ଦେଇଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.