ଦେଶ ବିଦେଶ

୫ କୋଟି ଲଟେରୀ ଜିତି ବି ରଖିଲେନି ଗୋଟିଏ ଟଙ୍କା, ସବୁ ବାଣ୍ଟିଦେଲେ ବନ୍ଧୁ ଓ ଦୁଃଖୀଙ୍କ ମଧ୍ୟରେ

ନୂଆଦିଲ୍ଲୀ : ଦୁନିଆରେ କ୍ୱଚିତ ଲୋକ ଥାଆନ୍ତି ଯେଉଁମାନେ ଅନ୍ୟ ପାଇଁ କାନ୍ଦନ୍ତି । ସୁବିଧା ପାଇଲେ ବହୁତ କିଛି କରିଥାନ୍ତି ଦୁଃଖୀ ଲୋକଙ୍କ ପାଇଁ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅଷ୍ଟ୍ରେଲିଆର ପିଟର ଚାର୍ଲଟନ ଯେ କି ଅନ୍ୟର ଖୁସୀ ପାଇଁ ଲଟେରୀରେ ପାଇଥିବା ୫ ଲକ୍ଷ ପାଉଣ୍ଡ ବା ପ୍ରାୟ ୫ କୋଟି ଟଙ୍କା ଦୁଃଖୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । କରୋନା ଲକ୍‌ଡାଉନ ସମୟରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ମଧ୍ୟରେ ମଧ୍ୟ ସେ ଏହି ଟଙ୍କା ଦାନ କରିଥିଲେ ।

ପିଟର ଚାର୍ଲଟନ କୁହନ୍ତି ଯେ ସେ ଜିତିଥିବା ଲଟେରୀ ଟଙ୍କା ନିଜ ପାଖରେ ରଖିବାକୁ ଠିକ୍‌ ମନେ କରିନଥିଲେ । ତେଣୁ ଏହି ଅର୍ଥକୁ ସମାଜର ଗରୀବ ଲୋକ ଓ ନିଜର ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟିବାକୁ ଉଚିତ୍‌ ମନେ କଲେ । ଏହି ଅର୍ଥ ପାଇବା ପରେ ତାଙ୍କୁ ଯେମିତି ଲାଗିଲା ସେ ସୁନାର ପାହାଡ଼ ଉପରେ ବସିଛନ୍ତି । ତେଣୁ ତୁରନ୍ତ ସେ ଏଥିରୁ ମୁକ୍ତ ହେବା ପାଇଁ ଏହି ନିଷ୍ପତ୍ତି ନେଲେ । ସମାଜର ଦୁଃଖୀ ଲୋକଙ୍କ ମଧ୍ୟରେ ସେ ଏହି ଟଙ୍କାକୁ ବାଣ୍ଟିବାକୁ ନିଷ୍ପତ୍ତି ନେଲେ । ଗରୀବ ଲୋକଙ୍କ ମଧ୍ୟରେ ସେ ଏହି ଟଙ୍କା ବାଣ୍ଟିବାରେ ବହୁତ ଆନନ୍ଦ ମିଳିଲା ବୋଲି ପିଟର କହିଛନ୍ତି ।

ପ୍ରାୟ ୫ କୋଟି ଟଙ୍କା ଜିତିବା ପରେ ଏମିତି କେହି ବ୍ୟକ୍ତି ନଥିବେ ଯେ ସବୁ ଅର୍ଥ ସମାଜର ଅବହେଳିତ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିଷ୍ପତ୍ତି ନେବେ । ହେଲେ ପିଟର ଏପରି କରି କେବଳ ଯେ ଗରୀବ ଲୋକଙ୍କ ମନରେ ତାଙ୍କ ପାଇଁ ସମ୍ମାନ ସୃଷ୍ଟି କରି ନାହାଁନ୍ତି ସମଗ୍ର ମାନବ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି । ପିଟରଙ୍କ ଏପରି ନିଷ୍ପତ୍ତିରେ ତାଙ୍କୁ ସବୁ ଦିଗରୁ ପ୍ରଶଂସାର ସୂଅ ଛୁଟୁଛି ।

Niharanjan

Recent Posts

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

5 mins ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

15 mins ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

24 mins ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

54 mins ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

2 hours ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

2 hours ago