ଲଭ୍‌ ଜିହାଦ! ଦୁଇଟି ସ୍ତ୍ରୀରେ ଭରିଲାନି ମନ, ଆଉ ଜଣେ ଝିଅକୁ ପ୍ରେମ ଜାଲରେ ଫସାଇ ବର୍ଷେ ହେଲା କରୁଥିଲା ଶୋଷଣ

ଦୁଇ ଦୁଇଟି ସ୍ତ୍ରୀ ଥିଲେ ବି ମନ ଭରିଲାନି। ଆଉ ଏକ କମ୍‌ ବୟସର ଝିଅକୁ ପ୍ରେମ ଜାଲରେ ଫସାଇ ରଖିଥିଲା ଓ ବିବାହର ପ୍ରଲୋଭନ ଦେଖାଇ ବର୍ଷେ ହେଲାଣି କରିଆସୁଥିଲା ଶାରୀରିକ ଶୋଷଣ। ଜଣେ ମୁସ୍‌ଲିମ୍‌ ଯୁବକ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛତିଶଗଡ଼ର ୨୧ ବର୍ଷୀୟା ଯୁବତୀ। ଅଭିଯୋଗ ମୁତାବକ ସଲିମ ଖାନ୍‌ ନାମକ ବ୍ୟକ୍ତି ନିଜ ନାଁ ବଦଳାଇ ମାଣିକ ଦାସ ଭାବେ ଯୁବତୀଙ୍କୁ ଧୋକା ଦେଇଆସୁଥିଲା।

ପେଣ୍ଡ୍ରା ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ଅଭିଯୁକ୍ତ ବିରୋଧରେ ଧାରା ୩୭୬ ଓ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଯୁବତୀ ଅଭିଯୋଗ କରିଛନ୍ତି ଯେ ସଲିମ୍‌ ଓରଫ ମାଣିକ ତାଙ୍କୁ ଚାକିରି ଓ ବିବାହର ପ୍ରଲୋଭନ ଦେଖାଇ ବର୍ଷେ ହେଲା ଶୋଷଣ କରିଆସୁଥିଲା।

ତେବେ ସଲିମ୍‌ଙ୍କର ପୂର୍ବରୁ ହିଁ ଦୁଇଟି ପତ୍ନୀ ଥିବା ନେଇ ଯୁବତୀଙ୍କ ସନ୍ଦେହ ହୋଇଥିଲା। ଏଣୁ ସେ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ପରେ ପୋଲିସ ସଲିମ୍‌କୁ ଡାକି ପଚରାଉଚରା କରିବାରୁ ସବୁ ସତ ପଦାକୁ ଆସିଛି।

ପୋଲିସ ଏବେ ଅଭିଯୁକ୍ତକୁ ଜେଲ ପଠାଇ ଦେଇଛି। ତେବେ ପୋଲିସ ଏବେ ତଦନ୍ତ କରୁଛି ଯେ ଯୁବକ ପୂର୍ବରୁ ମାଣିକ ଦାସ ଥିଲା ଓ ଯୁବତୀଙ୍କୁ ଫସାଇବାକୁ ସଲିମ୍‌ ହୋଇଥିଳା ନା ସଲିମ୍‌ ଥିଲା ପରେ ମାଣିକ ହୋଇଥିଲା। ଲଭ୍‌ ଜିହାଦ ଆଙ୍ଗେଲରେ ବି ପୋଲିସ ତଦନ୍ତ ଚଳାଇଛି। ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏଏସ୍‌ପି ପ୍ରତିଭା ପାଣ୍ଡେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.