ଲଭ୍‌, ସେକ୍ସ ଆଉ ତା’ ପରେ ମର୍ଡର, ଗୋଟେ ମୃତ୍ୟୁକୁ ଲୁଚାଇବାକୁ ଯାଇ ଏହି ଯୁବକ ରଚିଥିଲା ୮ ଜଣଙ୍କ ମୃତ୍ୟୁର ଷଡଯନ୍ତ୍ର

ଗତ କିଛିଦିନ ତଳେ ତେଲେଙ୍ଗାନାର ଓ୍ଵାରାଙ୍ଗଲ ଜିଲ୍ଲାର ଗୋରେକୁଣ୍ଟା ଗ୍ରାମରେ ଏକ କୂଅରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାରେ ପ୍ରଥମ ଦିନ ପୋଲିସ ୪ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦ୍ୱିତୀୟ ଦିନରେ ୫ଟି ଶବ ଉଦ୍ଧାର କରିଥିଲା। ଯାହାକୁ ନେଇ ଅନେକ ତର୍ଜମା ଚାଲିଥିଲା। ଏହା କୌଣସି ହତ୍ୟା ଥିଲା କି ଆତ୍ମହତ୍ୟା ତାହାକୁ ନେଇ ପୋଲିସ ଛାନଭିନ ମଧ୍ୟ ଚଳାଇଥିଲା। କିନ୍ତୁ ଏବେ ଏହି ଘଣ୍ଟାରେ ଏକ ଭିନ୍ନ ମୋଡ ଆସିଛି।

case]

ସୂଚନାଯୋଗ୍ୟ, ଏହି ହତ୍ୟାକାଣ୍ଡ ପଛରେ ଥିଲା ପ୍ରେମ ସଂପର୍କ ଯେଉଁ ସଂପର୍କକୁ ଲୁଚାଇବାକୁ ଯାଇ ପ୍ରଥମେ ଗୋଟିଏ ହତ୍ୟା କରିବାକୁ ପଡିଥିଲା। କିନ୍ତୁ ହତ୍ୟାକାରୀର ମନ ମାନିନଥିଲା। କାଳେ ତାର ହତ୍ୟାକାଣ୍ଡ ବିଷୟରେ ସହଯୋଗୀମାନେ କେଉଁଠି କହିଦେବେ। ଏଥିପାଇଁ ପ୍ରଥମେ ଚାରି ସହଯୋଗୀ ଏବଂ ତା ପରେ ପ୍ରେମ କରୁଥିବା ଯୁବତୀଙ୍କ ପରିବାର ଲୋକଙ୍କୁ ଷଡଯନ୍ତ୍ର କରି ହତ୍ୟା କରିବା ପାଇଁ ପଛାଇ ନଥିଲା ଯୁବକ। ବିହାରର ଏହି ଯୁବକ ଜଣକ ତେଲେଙ୍ଗାନାରେ ଏହି କାଣ୍ଡ ଭିଆଇ ଥିଲା। ଯାହାକୁ ପୋଲିସ ଗିରଫ କରିଛି।

arrested

ଖବର ମୁତାବକ, ପଶ୍ଚିମବଙ୍ଗର ମକ୍ସୁଦ୍ ନିଜ ପରିବାର ସହିତ ତେଲେଙ୍ଗାନାରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମକ୍ସୁଦଙ୍କ ଝିଆରୀ ରଫିକା ସହିତ ଅଭିଯୁକ୍ତ ସଞ୍ଜୟର ପ୍ରେମ ସମ୍ପର୍କ ଥିଲା । ଉଭୟ ଲିଭ୍ଇନରେ ରହିଥିବା ବେଳେ ରଫିକା ବିବାହ ପାଇଁ ଚାପ ପକାଉଥିଲା । ଏହାପରେ ପଶ୍ଚିମବଙ୍ଗ ନେବା ରାସ୍ତାରେ ରଫିକାକୁ ହତ୍ୟା କରି ଟ୍ରେନ୍ରୁ ଫୋପାଡି ଦେଇଥିଲା ସଞ୍ଜୟ ସେହି ଯୁବତୀଙ୍କୁ ଏହା ମାରିନଥିଲେ। ତାଙ୍କ ସହିତ ଆଉ ଚାରିଜଣ ସହଯୋଗୀ ରହିଥିଲେ। ନିଜର ହତ୍ୟାକାଣ୍ଡର ପ୍ରମାଣ ଲୁଚାଇବାକୁ ଯାଇ ପ୍ରଥମେ ନିଜର ଚାରି ସହଯୋଗୀକୁ ହତ୍ୟା କରି ମକସୁଦ ରହୁଥିବା ନିକଟ କୂଅରେ ପକାଇ ଦେଇଥିଲେ। ଏହାପରେ ରାଗରେ ମକ୍ସୁଦଙ୍କ ପୁରା ପରିବାରଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇବା ପରେ ହତ୍ୟା କରି ଏକ କୂଅ ମଧ୍ୟରେ ଫୋପାଡିଥିଲା ସଞ୍ଜୟ । ସମସ୍ତଙ୍କୁ ହତ୍ୟା କରି ଫେରାର ଥିବା ବେଳେ ସିସିଟିଭି ଆଧାରରେ ପୋଲିସ୍ ସଞ୍ଜୟକୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like