ବାଂଲାଦେଶରୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା! ହିନ୍ଦୁ ପ୍ରେମିକାର ଶରୀରକୁ ୩ ଖଣ୍ଡ କଲା ମୁସଲମାନ ପ୍ରେମିକ; ନାଳରେ ଫିଙ୍ଗିଲା କଟା ମାଂସ

ଦିଲ୍ଲୀରେ ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନ ତଥ୍ୟ ସାମ୍ନାକୁ ଆସୁଛି। ସେପଟେ ବାଂଲାଦେଶରେ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଅବୁ ବକର ନାମକ ଯୁବକ ନିଜ ପ୍ରେମିକାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଅଭିଯୁକ୍ତ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛନ୍ତି। ଏହାପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଅଙ୍ଗଗୁଡ଼ିକୁ ନାଳରେ ଫିଙ୍ଗି ଦେଇଛନ୍ତି। ର‍୍ୟାପିଡ୍‌ ଆକ୍ସନ ଫୋର୍ସ ଏବେ ଅଭିଯୁକ୍ତ ଗିରଫ କରିଛି।

ରିପୋର୍ଟ ଅନୁସାରେ, ମୃତ ଯୁବତୀଙ୍କର ପରିଚୟ ମିଳିଛି, ତାଙ୍କ ନାମ କବିତାରାଣୀ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ପୋଲିସକୁ କହିଛନ୍ତି କି, ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ଚାଲିଥିଲା। ଏଥିରେ ବିରକ୍ତି ହୋଇ ସେ ଏଭଳି କାଣ୍ଡ ଘଟାଇଥିଲେ। ତେବେ ଅଭିଯୁକ୍ତ ଅବୁ ବକର ପୂର୍ବରୁ ବିବାହିତ ଥିବା କୁହାଯାଉଛି।

ଭଏସ୍‌ ଅଫ୍‌ ବାଂଲାଦେଶ ପୋଷ୍ଟ ମୁତାବକ, ପ୍ରାଥମିକ ଯାଞ୍ଚରେ ପୋଲିସ ଜାଣିବାକୁ ପାଇଛି ଯେ କବିତାଙ୍କୁ ଅବୁଙ୍କ ବିବାହ ବିଷୟରେ ସୂଚନା ମିଳିଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ସ୍ଥାନୀୟ ପୋଲିସର କହିବା ହେଲା, ଅବୁ ଓ କବିତାଙ୍କ ମଧ୍ୟରେ ସମ୍ପର୍କ ଥିଲା। ଅବୁ କବିତାଙ୍କୁ କହିଥିଲେ କି, ସେ ଅବିବାହିତ ଅଛନ୍ତି। କିଛି ଦିନ ପରେ କବିତା ଜାଣିବାକୁ ପାଇଥିଲେ ଯେ ଅବୁ ତାଙ୍କୁ ଧୋକା ଦେଉଛନ୍ତି ଏବଂ ସେ ବିବାହିତ ଅଛନ୍ତି। ଏହାପରଠାରୁ ପ୍ରାୟତଃ ଦୁହିଁଙ୍କ ମଧ୍ୟରେ ମାରପିଟ ଲାଗୁଥିଲା।

କବିତା ସବୁ କଥା ଜାଣିବା ପରେ ଅବୁ କବିତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ବନାଇଥିଲେ। ପ୍ରଥମେ ସେ କବିତାଙ୍କ ମୁଣ୍ଡ କାଟି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହାପରେ ମୃତ ଶରୀରକୁ ୩ ଖଣ୍ଡ କରି ଦେଇଥିଲେ। ସେ କବିତାଙ୍କ କଟା ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମଧ୍ୟରେ ରଖିଥିଲେ ଏବଂ ପରେ ତାହାକୁ ନାଳରେ ଫିଙ୍ଗି ଦେଇଥିଲେ।

ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଶ୍ରଦ୍ଧାଙ୍କ ଲିଭ୍‌ ଇନ୍‌ ପାର୍ଟନର ଆଫ୍‌ତାବ ତାଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିଛନ୍ତି। ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି କଟା ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକୁ ଫ୍ରିଜ୍‌ ଭିତରେ ରଖି ଦେଇଥିଲେ। ପରେ ସେଗୁଡ଼ିକୁ ବିଭିନ୍ନ ସ୍ଥାନରେ ନେଇ ଫିଙ୍ଗି ଦେଇଥିଲେ। ପୋଲିସ ୧୨ ନଭେମ୍ବରରେ ଅଭିଯୁକ୍ତ ଆଫ୍‌ତାବଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.