ହିନ୍ଦୁ ବୋଲି କହି ସମ୍ପର୍କରେ ରହିଥିଲେ ଦୀର୍ଘ ୫ବର୍ଷ, ପରିଚୟ ଜଣାପଡିବା ପରେ ମା’ ଓ ଝିଅକୁ ମାରି ପୋତି ଦେଲେ ପ୍ରେମିକ

‘ଲଭ୍ ଜିହାଦ୍’ ମାମଲାରେ ଉତ୍ତରପ୍ରଦେଶର ମେରଠରେ ମା-ଝିଅଙ୍କୁ ହତ୍ଯା କରିବା ପରେ ଘରେ ପୋତି ଦେଇଛନ୍ତି ମହିଳାଙ୍କ ପ୍ରେମିକ। ମହିଳାଙ୍କ ବନ୍ଧୁ ଚଞ୍ଚଲ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ ଦାଖଲ କରିବା ପରେ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା। ତିନି ମାସରୁ ଅଧିକ ସମୟ ଧରି ତାଙ୍କ ସାଙ୍ଗଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ଚଞ୍ଚଲ ପୋଲିସ ପାଖକୁ ଯାଇଥିଲେ।ଏହି ମାମଲାରେ ଶ୍ୟାମସାଦ ନାମକ ଜଣେ ବ୍ୟକ୍ତିଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ଶ୍ୟାମସାଦ ମଧ୍ୟ ତାଙ୍କ ନାମ ପରିବର୍ତ୍ତନ କରିବା ସହ ନିଜର ଧାର୍ମିକ ପରିଚୟ ଲୁଚାଇ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି।

ପୋଲିସର ସୂଚନାନୁସାରେ, ଶ୍ୟାମସାଦ ପ୍ରିୟାଙ୍କ ଆଗରେ ନିଜର ପ୍ରକ୍ତ ପରିଚୟ ଲୁଚାଇବାକୁ ଯାଇ ନିଜକୁ ହିନ୍ଦୁ ବୋଲି କହିଥିଲେ। ଶ୍ୟାମସାଦ ପ୍ରିୟା ଏବଂ ତାଙ୍କ ଝିଅ କସିସ୍ ସହ ୫ବର୍ଷ ହେବ ରହିଆସୁଥିଲେ। ଶ୍ୟାମସାଦ ପ୍ରିୟାଙ୍କୁ କହିଥିଲେ, ତାଙ୍କର ପ୍ରକ୍ତ ନାଁ ଅମିତ ଥିଲା କିନ୍ତୁ ଯେତେବେଳେ ପ୍ରିୟା ଅନୁଭବ କଲେ ଶ୍ୟାମସାଦ ପ୍ରକୃତରେ ଜଣେ ମୁସଲମାନ, ସେ ତାଙ୍କଠାରୁ ଦୂରେଇ ଯିବାକୁ ଲାଗିଲେ। ଏହାପରେ ଦମ୍ପତିଙ୍କ ମଧ୍ଯରେ ବାରମ୍ବାର ଝଗଡା ହୋଇଥିଲା। ଶେଷରେ ଗତ ମାର୍ଚ୍ଚ ୨୮ ତାରିଖରେ ଶ୍ୟାମସାଦ ଉଭୟ ପ୍ରିୟା ଏବଂ କସିସ୍ ଙ୍କୁ ହତ୍ୟା କରିଥିଲେ। ପରେ ଦୁଇ ଜଣଙ୍କ ମ୍ତଦେହକୁ ଶ୍ୟାମସାଦ ଘରର ଅଗଣାରେ ପୋତି ଦେଇଥିଲେ।

ରିପୋର୍ଟ ଅନୁଯାୟୀ ଏହି ମାମଲାରେ ପୋଲିସ ଶ୍ୟାମସାଦଙ୍କୁ ପଚରାଉଚରା କରିବା ପରେ ଯିବାକୁ ଅନୁମତି ଦେଇଥିଲା। କିନ୍ତୁ ଘର ଭିତରେ ଦୁଇଟି କଙ୍କାଳ ପାଇବା ପରେ ପୋଲିସ ମାମଲା ଦାୟର କରିଛି। ଏନେଇ ଉକ୍ତ ଘଟଣଶରେ ଫେରାର୍ ଥିବା ଶ୍ୟାମସାଦଙ୍କ ପାଇଁ ପୋଲିସ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛି। ଏହି ଘଟଣାରେ ଶ୍ୟାମସାଦଙ୍କ ପ୍ରଥମ ପତ୍ନୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଥିବା ବେଳେ ସେ ମଧ୍ୟ ଫେରାର୍ ଅଛନ୍ତି। ଏନେଇ ଶ୍ୟାମସାଦ ଏବଂ ତାଙ୍କ ପ୍ରଥମ ପତ୍ନୀଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଜାରି ରଖିବା ସହ ବହୁତ ଜଲଦି ଗିରଫ୍ କରାଯିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

You might also like