ପ୍ରେମ କରି ହଟହଟା, ପ୍ରେମିକାକୁ ଦେଖାକରିବାକୁ ଯାଇ କୂଅରେ ଗଳିପଡିଲା ପ୍ରେମିକ

କଥାରେ ଅଛି, ପ୍ରେମ କୁଆଡେ ଅନ୍ଧ। ଆଉ ପ୍ରେମ ପାଇଁ ଆଜିକାଲିର ପ୍ରେମିକା-ପ୍ରେମିକ କିଛି ବି କରିବାକୁ ପଛାଉନାହାନ୍ତି। ପ୍ରେମ କିପରି ଅନ୍ଧ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ୟୁପିର ରାଜଧାନୀ ଲକ୍ଷ୍ମୌର ବିଜନୋର ମାତି ଅଞ୍ଚଳରେ।

କଥା କ’ଣ କି, ପ୍ରେମିକାକୁ ଦେଖାକରିବାକୁ ନୂଆ ଡ୍ରେସ୍ ପିନ୍ଧି ପୁରା ଫିଟ୍ ଫାଟ୍ ହୋଇ ବାହାରିପଡିଲା ପ୍ରେମିକ । କିନ୍ତୁ ପ୍ରେମିକା ଗାଁର ଅଜଣା ରାସ୍ତାରେ କେଉଁଠି କ’ଣ ରହିଛି ତାକୁ ଜଣାନଥିଲା। ଅନ୍ଧାର ରାସ୍ତାରେ ଗଲା ବେଳେ କୂଳରେ ପଡିଗଲା ପ୍ରେମିକ । ଆଉ ଅଧାରେ ରହିଗଲା ପ୍ରେମିକା ସହିତ ମିଳିନ। ବିଚରା ପ୍ରେମିକାକୁ ତ ଦେଖା କରିପାରିଲାନି ଅଯଥାରେ ହଟହଟା ହେଲା।

ସୂଚନାନୁସାରେ, ଉତ୍ତର ପ୍ରଦେଶର ଲକ୍ଷ୍ନୌର ବିଜନୋରରେ ରୁହନ୍ତି ମନୋଜ । ସେ ରବିବାର ରାତିରେ ନିଜ ପ୍ରେମିକାକୁ ଦେଖା କରିବାକୁ ମାତିଗାଁଓ ଅଭମୁଖେ ବାହାରିଥିଲେ । କିନ୍ତୁ ପ୍ରେମିକାର ଗାଁ ରାସ୍ତା ଅନ୍ଧାର ଥିବାରୁ ତାଙ୍କ ଗୋଡ ଏକ ଗଭୀର କୂଅରେ ଗୋଡ ଖସି ଯାଇଥିଲା । ଫଳରେ ପ୍ରେମିକ କୂଅ ଭିତରେ ଗଳି ପଡିଥିଲା।ପ୍ରେମିକକୁ କୂଅରେ ପଡିଯିବା ଦେଖି ପ୍ରେମିକା ବାହାର କରିବା ପାଇଁ ବହୁତ ଚେଷ୍ଟା କରିଥିଲା। କିନ୍ତୁ କୂଅଟି ୪୦ ଫୁଟ ଗଭୀର ଥିବାରୁ ବାହାର କରିପାରିନଥିଲା। ଆଉ କୂଅ ପାଖରେ ବସି ବଡ ପାଟିରେ ଚିତ୍କାର କରି କାନ୍ଦିବାକୁ ଲାଗିଲ। ।

ସେ ରାସ୍ତାରେ ପାଟ୍ରୋଲିଂ କରୁଥିବା ପୋଲିସ ପ୍ରେମିକାଙ୍କ କାନ୍ଦ ଶୁଣି ଉଦ୍ଧାର ପାଇଁ ଆସିଥିଲା।।ତୁରନ୍ତ ଗାଁ ଲୋକଙ୍କ ସାହାଯ୍ୟରେ ମନୋଜଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.