ପଛକୁ ପଛ ଲଘୁଚାପ । ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବା ନେଇ କିଛି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ଏହାକୁ ନେଇ ଅକ୍ଚୋବରରେ ବାତ୍ୟା ଚର୍ଚ୍ଚା ହେଉଛି । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ସେପଟେ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରି ଯାଇଥିବା ବେଳେ ଉତ୍ତରପୂର୍ବ ଅଂଚଳରେ ଏହା ସକ୍ରିୟ ରହିବା ଫଳରେ ତାମିଲନାଡୁ ସହ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବର୍ଷା ହେଉଛି । ପଶ୍ଚିମ କେନ୍ଦ୍ରୀୟ ଓ ତତସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟରେ ଉତ୍ତର ଚେନ୍ନାଇ ଦେଇ ଗତି କରିବ। ପରେ ଏହା ଦୁର୍ବଳ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଦକ୍ଷିଣ ଆନ୍ଧ୍ର ଉପକୂଳ ଓ ତତସଲଗ୍ନ ଉତ୍ତର ତାମିଲନାଡୁ ଉପରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ।