ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ଅନ୍ତର୍ଜାତୀୟ ପାଣିପାଗର ପୂର୍ବାନୁମାନ

ଉତ୍ତର ପୂର୍ବ ବଙ୍ଗୋପସାଗର କିମ୍ବା ଉତ୍ତର ଆଣ୍ଡାମାନ ସାଗରରେ ଚଳିତ ସପ୍ତାହ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ବିଜ୍ଞାନୀ ଜାସନ୍‌ ନିକୋଲସ ।

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଉତ୍ତର ପୂର୍ବ ବଙ୍ଗୋପସାଗର କିମ୍ବା ଉତ୍ତର ଆଣ୍ଡାମାନ ସାଗରରେ ଚଳିତ ସପ୍ତାହ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ବିଜ୍ଞାନୀ ଜାସନ୍‌ ନିକୋଲସ । ତେବେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇନ ପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମିଆଁମାର ଓ ଦକ୍ଷିଣ ପୂର୍ବ ବାଂଲାଦେଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନି ।

Leave A Reply

Your email address will not be published.