ପଶ୍ଚିମ ଦିଗରେ ଗତି କରି ଆଜି ଦକ୍ଷିଣ ବଙ୍ଗୋପସାଗରରେ ପହଞ୍ଚିବ ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଲଘୁଚାପ । ଆରବ ସାଗରରେ ଡିପ୍ରେସନ୍‌ । ଦୁଇ ପଟରେ ଦୁଇଟି କ୍ଷେତ୍ର ଅଧିକ ଘନୀଭୂତ ହେଉଛି । ଦକ୍ଷିଣ ପୂର୍ବ ବଙ୍ଗୋଗସାର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବ ଓ ତୀବ୍ରତା ବଜାୟ ରଖିବ ।

ପଶ୍ଚିମ ଦିଗରେ ଗତି କରି ଲଘୁଚାପ ଆଜି ଦକ୍ଷିଣ ବଙ୍ଗୋପସାଗରରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍କାଏମେଟ୍‌ ଆକଳନ କହୁଛି, ସମୁଦ୍ରରେ ତାପମାତ୍ରା ଅଧିକ ରହୁଥିବାରୁ ଲଘୁଚାପ ତୀବ୍ରତା ବଜାୟ ରଖିବ । ଲଘୁଚାପ ନେଇପାରେ ଡିପ୍ରେସନର ରୂପ । ଏହା ଶ୍ରୀଲଙ୍କା ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଉପକୂଳରେ ୧୯ ତାରିଖରୁ ତିନି ଦିନ ବର୍ଷା ହୋଇପାରେ । ୪୦ରୁ ୫୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ମତ୍ସ୍ୟଜୀଜୀଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.