ଦିଲ୍ଲୀରେ ପାରଦ ଖସିଲା

ନୂଆଁଦିଲ୍ଲୀ: ଦିଲ୍ଲୀରେ ସବୁଠୁ କମ ତାପମାତ୍ରା ୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବର୍ତ୍ତମାନ ଠାରୁ ଆଜି ଯାଏଁ ସବୁଠୁ କମ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏହା ଏବେର ସବୁଠୁ ରେକର୍ଡ ଭାଙ୍ଗିଥିବା ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗର ସୂଚନା ହିସାବରେ ଏହି ତାପମାତ୍ରା ଆଜି ରେକର୍ଡ କରାଯାଇଛି ।

ଆଇଏମଡି ହିସାବରେ ସର୍ବନିମ୍ନ ତାପମାତ୍ରା ହାରାହାରି ୨ଡିଗ୍ରୀ ତଳେ ଥିଲା । ଯାହା ଶନିବାର ଦିନ ସହରର ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

କହିବା ଅନୁସାରେ ରବିବାର ସକାଳ ୮.୩୦ ପର୍ଯ୍ୟନ୍ତ ବାୟୁରେ ଆପେକ୍ଷିକ ଆଦ୍ରତା ୯୫ପ୍ରତିଶତରେ ରେକର୍ଡ କରାଯାଇଛି । ଏବଂ ସର୍ବାଧିକ ତାପମାତ୍ରା ୨୪ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି ।

ଏହାରି ଭିତରେ ଆଇଆଇଟି ଦିଲ୍ଲୀ ଠାରେ ୨୬୬ ଏୟାର କ୍ୱାଲିଟି ଇଣ୍ଡେକ୍ସ ରିପୋର୍ଟ କରାଯାଇଥିବା ବେଳେ ଟି ଥ୍ରୀ ଟର୍ମିନାଲ ଅଫ ଏୟାରପୋର୍ଟରେ ୨୯୦ ଓ ଲୋଧିରୋଡ ଏରିଆରେ ୨୪୯ ରିପୋର୍ଟ କରାଯାଇଛି ।

ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସକାଳ ୯ଟାରେ ୨୫୫ରେ ଠିଆ ହୋଇଛି । ଯାହା ଖରାପ ବର୍ଗରେ ଅଛି । ପଡୋଶୀ ଫରିଦାବାଦ ୨୨୮, ଗାଡିଆବାଦ ୨୭୪, ଗୁରୁଗ୍ରାମ ୨୦୦ ଓ ନୋଏଡା ୨୧୩ରେ ଖରାପ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଚି ।

ଶୂନରୁ ୫୦ ମଧ୍ୟରେ ଏୟାର କ୍ୱାଲିଟି ଇଣ୍ଡେକ୍ସକୁ ଭଲ ଧରାଯାଉଥିବା ବେଳେ ୫୧ରୁ ୧୦୦ମଧ୍ୟରେ ସନ୍ତୋଷଜନକ । ସେହିଭଳି ୧୦୧ରୁ ୩୦୦କୁ ଖରାପ ଓ ୩୦୧ରୁ ୪୦୦ ଅତ୍ୟନ୍ତ ଖରାପ ଭାବରେ ଧରାଯାଇଥାଏ । ସବୁଠୁ ଗମ୍ଭୀର ପରିସ୍ଥିତି ୪୦୧ରୁ ୫୦୦ ମଧ୍ୟରେ ବିବେଚନା କରାଯାଏ ।

Leave A Reply

Your email address will not be published.