କମିଲା ରନ୍ଧନ ଗ୍ୟାସ୍‌ ଦର, କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : କମିଲା ରନ୍ଧନ ଗ୍ୟାସ୍‌ ଦର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୬.୫୨ ପଇସା କମିଛି । ସବସିଡି ଗ୍ୟାସ ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ଏବେ ୫୦୦ ଟଙ୍କା ୯୦ ପଇସାରେ ମିଳିବ । ପୂର୍ବରୁ ମୂଲ୍ୟ ଥିଲା ୫୦୭ ଟଙ୍କା ୪୨ ପଇସା । ନୂଆ ଦର ଆଜି ମଧ୍ୟରାତ୍ରିରୁ ଲାଗୁ ହେବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳଦର କମିବା ପରେ ଗ୍ୟାସ ଦର କମିଥିବା ଜଣାପଡ଼ିଛି । ଗତ ନଭେମ୍ବର ୧ ତାରିଖରେ ଶେଷ ଥର ପାଇଁ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୨ ଟଙ୍କା ୯୪ ପଇସା ବଢ଼ିଥିଲା ।
ସେପଟେ ଅଣସବସିଡି ସିଲିଣ୍ଡର ଦାମ୍‌ ୧୩୩ ଟଙ୍କା କମିଥିବା ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ପକ୍ଷରୁ କୁହାଯାଇଛି । ଏହି ଗ୍ୟାସ ସିଲିଣ୍ଡର ପିଛା ଏବେ ଦିଲ୍ଲୀରେ ଦାମ୍‌ ରହିବ ୮୦୯ ଟଙ୍କା ୫୦ ପଇସା । ଗତ ଜୁନ୍‌ ମାସରୁ ଲଗାତର ୬ ଥର ଗ୍ୟାସ୍‌ ଦର ବଢ଼ିବା ପରେ ଏବେ କମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.