ନୂଆ ସିଡିଏସ ଭାବରେ ଦାୟିତ୍ୱ ନେଲେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ଵାନ

ନୂଆଦିଲ୍ଲୀ: ଦେଶକୁ ମିଳିଲା ନୂଆ ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ୍‌ । ନୂଆ ସିଡିଏସ ଭାବରେ ଦାୟିତ୍ୱ ନେଇଛନ୍ତି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ଵାନ । ସେ ହୋଇଛନ୍ତି ଦେଶର ଦ୍ୱିତୀୟ ସିଡିଏସ । ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ନ୍ୟାସନାଲ ଓ୍ଵାର ମେମୋରିୟାଲ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜେନେରାଲ୍‌ ବିପିନ ରାଓ୍ଵତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିଲା ।

୯ ମାସ ପରେ ନୂଆ ସିଡିଏସ୍‌ ନିଯୁକ୍ତ ହୋଇଛନ୍ତି । ଚିଫ୍‌ ଅଫ ଡିଫେନ୍‌ସ ଷ୍ଟାଫ ସହ ଜେନେରାଲ୍‌ ଅନୀଲ ଚୌହ୍ଵାନ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ୪୦ ବର୍ଷରୁ ଅଧିକ ସେନାରେ କାର୍ଯ୍ୟ କରିଥିବା ଜେନେରାଲ ଅନୀଲ ଚୌହ୍ଵାନ ଜମ୍ମୁ-କଶ୍ମୀରୁ ଆରମ୍ଭ କରି ଉତ୍ତର ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.