ୟୁରୋପୀୟ ଦେଶ ମାନଙ୍କରେ କରୋନାର ଦ୍ଵିତୀୟ ପ୍ରବାହ ଜାରି, ଲାଗୁହେଲା ଲକଡାଉନ 2.0

ୟୁରୋପୀୟ ଦେଶ ମାନଙ୍କରେ କରୋନାର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏନେଇ ସ୍ପେନ, ଫ୍ରାନ୍ସ, ବ୍ରିଟେନ ପରି ଦେଶ ମାନଙ୍କର ଅଧିକାଂଶ ସ୍ଥାନରେ ଲକଡାଉନ ପ୍ରତିବନ୍ଧ ଜାରି କରାଯାଇଛି । ସ୍ପେନ ସରକାର ଗତ ସପ୍ତାହରେ ରାଜଧାନୀ ମାଦ୍ରୀଦ ବାସୀଙ୍କୁ କରୋନା ସଂକ୍ରମଣ ଦାଉରୁ ସୁରକ୍ଷା ଦେବା ପାଇଁ ଲକଡାଉନ ପରି ପ୍ରତିବନ୍ଧ ଲଗାଇବା ନେଇ ଘୋଷଣା କରିଛନ୍ତି । ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ ଅନୁଯାୟୀ, ବିଭିନ୍ନ ୟୁରୋପୀୟ ଦେଶରେ ଲକଡାଉନର ଦ୍ଵିତୀୟ ପର୍ଯ୍ୟାୟ ସୋମବାର ଠାରୁ ହିଁ ଆରମ୍ଭ ହୋଇଯାଇଛି । ଏହି ସମୟରେ ଯାତ୍ରା ଓ ସାମାଜିକ ସମାରୋହ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ । ମାଦ୍ରୀଦ ସହରର ପାଖାପାଖି ୮ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ଜଣାଯାଇଛି ।

କହିରଖିବା ଉଚିତ ହେବକି, ମହାମାରୀର ପ୍ରଥମ ଚରଣରେ ସ୍ପେନ, ୟୁରୋପ ମହାଦେଶର ସର୍ବାଧିକ ପ୍ରଭାବିତ ଦେଶ ମାନଙ୍କ ତାଲିକାର ଶୀର୍ଷରେ ଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ ୬ ଲକ୍ଷ ୨୫ ହଜାର ୬୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ତେଣୁ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ପୂର୍ବରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଏଠାକାର ସରକାର । ସ୍ପେନ ବ୍ୟତୀତ ଫ୍ରାନ୍ସରେ ବି କରୋନା ସଂଖ୍ୟାରେ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ଗୋଟିଏ ଦିନରେ ହିଁ ୧୩ ହଜାର ୨୧୫ ନୂଆ ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ବ୍ରିଟେନରେ ଗୋଟିଏ ଦିନରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଥିବା ବେଳେ ୪୩୨୨ ନୂଆ ମାମଲା ଦର୍ଜ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ମଧ୍ୟ ଦେଶବାସୀଙ୍କୁ ସତର୍କ କରାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.