ଦେଶ ବିଦେଶ

ବିଜେପି ବିରୋଧରେ ପ୍ରିୟଙ୍କା ଗାନ୍ଧୀଙ୍କ ସଙ୍ଗୀନ ଅଭିଯୋଗ, କହିଲେ- ମୋ ପିଲାଙ୍କ ଆକାଉଣ୍ଟକୁ କରାଯାଉଛି ହ୍ୟାକ୍

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ଫୋନ୍ ଟାପ୍ ଅଭିଯୋଗ ପରେ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭାରତୀୟ ଜନତା ପାର୍ଟି ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାକୁ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସରକାର ତାଙ୍କ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି। ଏହା ବି କହିଛନ୍ତି ଯେ ଆମ ସମସ୍ତେ ଫୋନରେ କଥା ହେଉଥିବା ବେଳେ ରେକର୍ଡ କରାଯଉଛି । ଏହିପରି ଭାବରେ ଇଲୋକ୍ଟ୍ରନିକ ସାମଗ୍ରୀକୁ ନେଇ କୂଟନୈତିକ ରାଜନୀତି କରାଯାଉଛି ବୋଲି ଜଣାପଡିଛି ।

କଂଗ୍ରେସର ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଉଦାହରଣରେ କହିଛନ୍ତି ଯେ ଅଖିଳେଶ ଯାଦବ ଫୋନ୍ ଟ୍ୟାପ୍ କରିବା କଥା କହୁଛନ୍ତି, କିନ୍ତୁ ମୋ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ହ୍ୟାକ୍ କରାଯାଉଛି। ବିରୋଧୀ ଦଳଙ୍କ ବିରୋଧରେ ଦମନ ଆଭିମୁଖ୍ୟ ଗ୍ରହଣ କରୁଛି ବିଜେପି ସରକାର। ଲକ୍ଷ୍ନୌରେ ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ପ୍ରିୟଙ୍କା କହିଛନ୍ତି ଯେ ସେମାନେ ମୋ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି । ସେମାନଙ୍କର ଅନ୍ୟ କ କୌଣସି କାମ ନାହିଁ କି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଦିନ ପ୍ରୟାଗରାଜରେ ମହିଳା ସଶକ୍ତିକରଣ ସମ୍ମିଳନୀରେ ମହିଳାମାନଙ୍କ ସହ ଏକ ସଂଳାପ ଆୟୋଜନ କରିବାବେଳେ ପ୍ରିୟଙ୍କା କହିଛନ୍ତି ଯେ “ଲଡକି ହୁଁ ଲଡ ସକ୍ତି ହୁଁ” ବୋଲି ସ୍ଲୋଗାନ ଦେବା ପରେ ଏହି ଦେଶର ମହିଳାମାନେ ଜାଗ୍ରତ ହୋଇଛନ୍ତି। ସେମାନେ ସମସ୍ତେ ସେମାନଙ୍କର ଅଧିକାର ଦାବି କରୁଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜରେ ମହିଳାଙ୍କ ଆଗରେ ନତମସ୍ତକ ହୋଇଥିଲେ। ମୁଁ ତାଙ୍କୁ ପଚାରିବାକୁ ଚାହେଁ କାହିଁକି ସେ ଏତେ ବର୍ଷ ଧରି ମହିଳାମାନଙ୍କ ବିଷୟରେ ଚିନ୍ତିତ ନଥିଲେ । ସେ କାହିଁକି ପୂର୍ବରୁ ଏହି ଘୋଷଣା କରିନାହାଁନ୍ତି, ଯାହା ସେ ଆଜି କରୁଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ କୃଷକଙ୍କ ନିକଟରେ ମୁଣ୍ଡ ନୁଆଁଇଥିଲେ ବର୍ତ୍ତମାନ ନାରୀଙ୍କ ଆଗରେ ମୁଣ୍ଡ ନୁଆଇଁଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ପ୍ରିୟଙ୍କା ।

Barsha

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 min ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

13 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

25 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago