ୟୁପିରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମିଳିବ ମାଗଣା ବିଜୁଳି, ନିର୍ବାଚନ ପୂର୍ବରୁ ଏମିତି ପ୍ରତିଶ୍ରୁତି ଦେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବଡ଼ ଘୋଷଣା। ଯାହା ଏବେ ଚର୍ଚ୍ଚା ଘେରକୁ ଆସିଛି। ଉତ୍ତରପ୍ରଦେଶର ନିର୍ବାଚନ ସ୍ଥିତିକୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି କରିଛନ୍ତି। ଲକ୍ଷ୍ନୌରେ ପହଞ୍ଚିବା ପରେ ୟୁପି ଜନତାଙ୍କୁ କହିଛନ୍ତି ଯେ, ଯଦି ସେମାନେ ଆମ ଆଦମି ପାର୍ଟିକୁ ଭୋଟ ଦେଇ ନିର୍ବାଚିତ କରାନ୍ତି ତେବେ ସରକାର ହେବାର ୨୪ ଘଣ୍ଟା ମଧ୍ୟରେ ଘରୋଇ ବିଜୁଳିକୁ ଫ୍ରି କରିଦିଆଯିବ।

ଘରୋଇ ଉପଯୋଗ ପାଇଁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଆଯିବ। ଯୋଗୀ ଆଦିତ୍ୟନାଥ ସରକାର ହେବା ପରେ ବିଜୁଳି ଦର ବହୁ ମାତ୍ରାରେ ବଢ଼ଯାଇଛି। ତେଣୁ ଯେଉଁମାନେ ଏଥିରୁ ବର୍ତ୍ତିବାକୁ ଚାହୁଁଛନ୍ତି ସେମାନେ ଆମ ଆଦମୀ ପାର୍ଟିକୁ ଭୋଟ ଦେଇ ନିର୍ବାଚିତ କରିବା ପାଇଁ କହିଛନ୍ତି।

ଏହାସହ ସବୁ କୃଷକ ଭାଇଙ୍କୁ ମାଗଣାରେ ବିଜୁଳି ଦିଆଯିବ। ତେବେ ବିଜୁଳି ସମସ୍ୟାରେ ଅନେକ ଲୋକ ୟୁପିରେ ସୁଇସାଇଡ ମଧ୍ୟ କରୁଛନ୍ତି। ବିଜୁଳି ଦର ପାଖାପାଖି ଲକ୍ଷେ ଟଙ୍କା ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.