ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି, ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଆମ୍‌ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି ହୋଇଛି। ଅକାଳୀ ଦଳର ନେତା ବିକ୍ରମ ସିଂହ ମଜୀଠିୟା ସଞ୍ଜୟ ସିଂହଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। ସଞ୍ଜୟ ସିଂହ ୭୧ଟି ତାରିଖ ମଧ୍ୟରୁ ମାତ୍ର ୪ ଥର ହିଁ କୋର୍ଟରେ ଉପସ୍ଥିତ ହୋଇଛନ୍ତି। ଏଣୁ ଏବେ କୋର୍ଟ ଆପ୍‌ ସାଂସଦଙ୍କ ବିରୋଧରେ ଗିରଫଦାରୀ ଓ୍ଵାରେଣ୍ଟି ଜାରି କରିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ସେପ୍ଟେମ୍ବର ୧୭ ତାରିଖରେ ହେବ।

ଏହି ମାମଲାରେ ବିକ୍ରମ ସିଂହ ମଜୀଠିୟାଙ୍କ ଓକିଲ ଦମନ ଦୀପ କହିଛନ୍ତି, ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ମଜୀଠିୟାଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଲୁଧିୟାନା କୋର୍ଟ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଗିରଫ ଓ୍ଵାରେଣ୍ଟ ଜାରି କରିଛନ୍ତି। ସୋମବାର ସେ କୋର୍ଟରେ ଉପସ୍ଥିତ ହୋଇନଥିଲେ। ଏଣୁ କୋର୍ଟ ତାଙ୍କୁ ସେପ୍ଟେମ୍ବର ୧୭ ପୂର୍ବରୁ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଏହି ମାମଲାରେ ସଞ୍ଜୟ ସିଂହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଟ୍ଵିଟ୍‌ କରି କହିଛନ୍ତି, ମୁଁ ମା’ ନ୍ୟାୟାଳୟଙ୍କର ସମ୍ମାନ କରେ। ଆଜି ମୋ ଦିବଂଗତ ବାପାଙ୍କ ୧୩ ଥିବାରୁ ଲୁଧିଆନା କୋର୍ଟର ତାରିଖରେ ଉପସ୍ଥିତ ହୋଇ ପାରିନାହିଁ। କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ମୁଁ ସେ ଅନୁସାରେ କୋର୍ଟରେ ହାଜର ହୋଇଯିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.