ଲୁଧିଆନାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ ,ସୁରକ୍ଷା ବ୍ୟବସ୍ଥା କଡାକଡି
ପଞ୍ଜାବ ଲୁଧିଆନାରେ ହାଇ ଆଲର୍ଟ । ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସହର ସାରା ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ । ୩୭୦ ଧାରା ଉଛେଦ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଗକୁ ସ୍ୱାଧୀନତା ଦିବସ ରହିଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ପ୍ରତିହତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବହୁ ଗୁଣିତ କରାଯାଇଛି । ଲୁଧିଆନ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ତନ୍ନତନ୍ନ କରି ଯାଂଚ କରାଯାଉଛି ।