ଜର୍ମାନୀରେ ଲୁଫଥାନ୍ସା ଏୟାରଲାଇନ୍ସ ପାଇଲଟଙ୍କ ହରତାଳ: ୮୦୦ ବିମାନ ରଦ୍ଦ, ଦିଲ୍ଲୀରେ ଫସିଛନ୍ତି ୭୦୦ ଯାତ୍ରୀ

ଜର୍ମାନୀ ଏୟାରଲାଇନ୍ସ କମ୍ପାନୀ ଲୁଫଥାନ୍ସାର ପାଇଲଟ ଶୁକ୍ରବାର ରାତିରୁ ହରତାଳ କରିଛନ୍ତି। ଏହିପାଇଁ କମ୍ପାନୀର ପାଖାପାଖି ୮୦୦ ଉଡାଣକୁ ରଦ୍ଦ କରିବାକୁ ପଡିଛି। ଏହାଦ୍ୱାରା ୧୩୦,୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଯେଉଁ ସବୁ ବିମାନ ଉଡାଣ ରଦ୍ଦ ହୋଇଛି, ସେଥିରେ ଦିଲ୍ଲୀରୁ ଦୁଇଟି ଉଡାଣ ସାମିଲ ରହିଛି। ଉଡାଣ ରଦ୍ଦ ହେବା କାରଣରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ ରେ ୭୦୦ ଯାତ୍ରୀ ଫସିଛନ୍ତି। ଏହି ଯାତ୍ରୀ ଏବଂ ତାଙ୍କ ସଂପର୍କୀୟ ବିମାନ ବନ୍ଦରରେ ହଙ୍ଗାମା କରୁଥିବା ଖବର ମିଳିଛି।

ଶୁକ୍ରବାର ଜର୍ମାନୀକୁ ଯାଉଥିବା ସମସ୍ତ ଲୁଫଥାନ୍ସାର ବିମାନ ସାମିଲ ରହିଛି। ବିଶେଷ ଭାବେ ଫ୍ରାଙ୍କଫର୍ଟ ଏବଂ ମୁନିଚ୍‌ ଭଳି ପ୍ରମୁଖ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ଆସନ୍ତାକାଲି ଠାରୁ ଜର୍ମାନୀର ବିଭିନ୍ନ ପ୍ରାନ୍ତରେ ଗରମ ଛୁଟି ଶେଷ ହେଉଛି। ଯାହା କାରଣରୁ ଅନେକ ପରିବାର ଅସୁବିଧାର ସାମ୍ନା କରିପାରନ୍ତି। ସ୍ୱିସ୍‌, ଅଷ୍ଟ୍ରିୟାନ, ବ୍ରୁସେଲ୍ସ ଏବଂ ୟୁରୋଇଂ କମ୍ପାନୀ ଏହି ହରତାଳରେ ପ୍ରଭାବିତ ହେବେ ନାହିଁ ବୋଲି ଆକଳନ କରାଯାଛି। କିନ୍ତୁ କମ୍ପାନୀ କୌଣସି ସିଡ୍ୟୁଲ ବିନା କୌଣସି ପରିବର୍ତ୍ତନରେ ଜାରି ରହିବ। ଯଦି ବିମାନ ଏବଂ ପାଇଲଟ ବିଦେଶରେ ରହିଥିବେ, ତେବେ ଜର୍ମାନୀରୁ ଯାଉଥିବା ଏହିସବୁ ବିମାନ ନିର୍ଦ୍ଧାରିତ ସମୟ ଅନୁସାରେ ଉଡାଣ ଭରିବ।

ଏହାପୂର୍ବରୁ ଲୁଫଥାନ୍ସାର ମୁନିଚ୍‌ ଶ୍ରମ ଅଦାଲତ ହରତାଳ ବିପକ୍ଷରେ ଅସ୍ଥାୟୀ ନିଷେଦ୍ଧାଜ୍ଞ ପାଇଁ ନିଜ ଅପିଲକୁ ରଖିଥିଲା। ଯାହାକୁ ଅଦାଲତ ମନା କରିଦେଇଥିଲେ। କମ୍ପାନୀ ଯୁକ୍ତି କରିଥିଲା କି, ମୁଦ୍ରାସ୍ଫୀତି ଆଧାରରେ ପାଇଲଟଙ୍କ ବେତନ ବୃଦ୍ଧି ଦାବି ହେଉଛି ଅବୈଧ ହରତାଳ କରିବାର ଉଦ୍ଦେଶ୍ୟ।

କମ୍ପାନୀ ସହିତ ସାମୂହିକ ବୈଠକ ବିଫଳ ହେବା ପରେ ପାଇଲଟ ଗୁରୁବାର ରାତିରୁ ହରତାଳ ପାଇଁ ଆହ୍ଵାନ ଦେଇଥିଲେ। ପାଇଲଟ ସଂଘ ଭିରିନିଗଙ୍ଗ କକପିଟ୍‌ କହିଛି କି, ୨୦୨୩ ସୁଦ୍ଧା ୫ ହଜାରରୁ ଅଧିକ ପାଇଲଟଙ୍କ ପାଇଁ ୫.୫% ବେତନ ବୃଦ୍ଧି ହେବା ଜରୁରୀ ।

Also Read :  ଚୀନରେ ବଢିଲାଣି କରୋନା : ପୁଣି ଆରମ୍ଭ ହେଲା ଲକଡାଉନ, ଘରେ ବନ୍ଦୀ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ

Leave A Reply

Your email address will not be published.