ମଧ୍ୟପ୍ରଦେଶ : ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ, ଦିଲ୍ଲା ବୁରାଡି ଘଟଣାର ପୁନରାବୃତ୍ତି

୬ ବର୍ଷ ପରେ ମଧ୍ୟପ୍ରଦେଶରେ ଦିଲ୍ଲୀ ବୁରାଡ଼ି ଘଟଣାର ରିପିଟ୍ । ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ । ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ତିନୋଟି ଛୁଆ । ରାକେଶ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଲଳିତା, ଝିଅ ଲକ୍ଷ୍ମୀ, ଦୁଇ ପୁଅ ଅକ୍ଷୟ ଓ ପ୍ରକାଶଙ୍କ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ରାକେଶ କୃଷକ ଭାବେ କାମ କରୁଥିଲେ । ଗତକାଲିଠୁ ପୂରା ପରିବାର ସମ୍ପର୍କରେ କୌଣସି ଖୋଜ୍ ଖବର ମିଳିପାରିନଥିଲା । ଆଜି ପଡ଼ୋଶୀ ଯାଇ ଘରେ ଦେଖିଲା ବେଳେ ଏଭଳି ଅଭାବନୀୟକାଣ୍ଡ ଘଟିଛି । ଖବର ପାଇ ଜିଲ୍ଲା ଏସପି ରାଜେଶ ବ୍ୟାସ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ? ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଏହି ଘଟଣା ଦିଲ୍ଲୀର ବୁରାଡି ଘଟଣାକୁ ମନେ ପକାଇ ଦେଇଛି । ୧ ଜୁଲାଇ ୨୦୧୮ରେ ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୨ ଜଣ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା ।

ଜୁଲାଇ ୧୮, ୨୦୦୧ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଥିବା ଏକ ଘରେ ୧୧ ଜଣ ଆତ୍ମହତ୍ୟା କରିଥିଲେ । ଦିଲ୍ଲା ବୁରାଡିରେ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତଦେହ ଯେତେବେଳେ ପୋଲିସ ଉଦ୍ଧାର କରିଥିଲା ସେତେବେଳେ ପୋଲିସର ସନ୍ଦେହ ବଢ଼ିଥିଲା କାରଣ ମୃତକଙ୍କ ହାତ ବନ୍ଧା ଯାଇଥିଲା । ସମସ୍ତଙ୍କ ମୁହଁରେ କପଡ଼ା ବନ୍ଧା ଯାଇଥିଲା । ବୃଦ୍ଧା ନାରାୟଣ ଦେବୀଙ୍କ ମୃତଦେହ ଚଟାଣରେ ପଡ଼ିଥିଲା । ଏସବୁ ଦୃଶ୍ୟକୁ ଆଖିରେ ରଖି ପୋଲିସ ତଦନ୍ତ ଜୋରଦାର କରିଥିଲା ।