ମଧ୍ୟପ୍ରଦେଶ: ପ୍ରେମ ବିବାହ ହେଲା କାଳ, ଭାଇ ଉଜାଡିଲା ଭଉଣୀ ସଂସାର

ପ୍ରେମ ଏକ ଶାଶ୍ୱତ ଓ ଚିରନ୍ତନ ଶବ୍ଦ । ପ୍ରେମ କେତେବେଳେ ଦୁଇଟି ଜୀବନକୁ ଗଢ଼ିଥାଏ ତ କେତେବେଳେ ଚୂର୍‌ମାର୍‌ କରିଥାଏ ସୂନାର ସଂସାରକୁ । ଏମିତି ଏକ ପ୍ରେମ କାହାଣୀର ପରିସମାପ୍ତି ଘଟିଛି ଜଣେ ଅହଂକାରୀ ଭାଇର ହାତରେ । ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ଭିଣୋଇକୁ ହତ୍ୟା କରିଛି ଭାଇ । ଛାରଖାର କରିଦେଇଛି ଭଉଣୀର ସୂନାର ସଂସାରକୁ ।

ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରେ। ପ୍ରେମ ବିବାହକୁ ନେଇ ଶଳା- ଭିଣୋଇ ମଧ୍ୟରେ ଘଟିଛି ଜଘନ୍ୟ କାଣ୍ଡ। ପ୍ରଥମରୁ ଭଉଣୀର ପ୍ରେମ ବିବାହକୁ ନେଇ ଭାଇ ଧିରଜ ଶୁକ୍ଳା ଅରାଜୀ ଥିଲା। ବିବାହର ୩ମାସ ପରେ ଭାଇ ଉଜାଡି ଦେଲା ଭଉଣୀର ସଂସାର। ଭିଣୋଇ ବିଜେତ କଶ୍ୟପକୁ ଅତି ନିମର୍ମ ଭାବେ ହତ୍ୟା କରିଥିଲା। ଗୁରୁବାର ସକାଳେ ରାମନଗର ଇଲାକାରେ ଏହି ଘଟଣା ଘଟିଥିବା ବେଳେ ମୃତ୍ୟୁ ସମୟରେ ଅଭିଯୁକ୍ତ ଭିଣୋଇର ମୁଣ୍ଡ କାଟି ହତ୍ୟା କରିଥିଲା। ପରେ ହାତ-ଗୋଡକୁ କାଟି ନିକଟସ୍ଥ ଥାନାରେ ପହଞ୍ଚିଥିଲା। ଏ ସମ୍ପର୍କରେ ଜାଣିବା ପରେ ପତ୍ନୀ ପୂଜା ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ।

ସୂଚନା ଅନୁଯାୟୀ , ଯେଉଁଠି ବିଜେତଙ୍କର ହତ୍ୟା ହୋଇଥିଲା, ସେଠାରେ ତାଙ୍କ ପରିବାର ଲୋକ ଆସି ପହଞ୍ଚିଥିଲେ। ଏହା ଦେଖି ଘଟଣାସ୍ଥଳରେ ସ୍ତ୍ରୀ ପୂଜା ଅଚେତ୍‌ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଘରକୁ ଆଣିବା ପରେ ସେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ  ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଇଥିଲେ।

ଅଭିଯୁକ୍ତ ଧିରଜ ଶୁକ୍ଳା ଶଙ୍କରଘାଟରେ ରୁହଁନ୍ତି। ଏହି ଘଟଣା ପରେ ଏବେ ପୁରା ଇଲାକାରେ ହଇଚଇ ସୃଷ୍ଟି ହୋଇଛି। ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ  ସୂତ୍ରରୁ ପ୍ରକାଶ ଯେ, ଧିରଜ ଏବଂ ବିଜେତ ଦୁହେଁ ସାଙ୍ଗ । ବିଜେତ ପରିବାର ଲୋକଙ୍କ ବିରୋଧରେ ଯାଇ ଧିରଜ ଭଉଣୀଙ୍କୁ ବିବାହ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଧିରଜ ଭିଣୋଇ ବିଜେତର ହତ୍ୟା କରିଥିଲେ।

ପରିବାର ବର୍ଗରୁ ସୂଚନା ମିଳିଛି ଯେ, ପୂଜାର ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ହୋଇଛି। ଅଭିଯୁକ୍ତ, ବିଜେତଙ୍କର ହତ୍ୟା କଲାପରେ ପୂଜାକୁ ଫାସୀ ଲଗାଇଛନ୍ତି।  ଏହାକୁ ପୁରା ଯୋଜନାବଦ୍ଧ ଭାବେ କରାଯାଇଛି ବୋଲି ବଜେତର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ପୂଜା ନିଜ ଭାଇ ତଥା ପରିବାର ଲୋକଙ୍କ ଉପରେ ଆରୋପ ଲଗାଇବାର ଡର ରହିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.