ବର୍ତ୍ତମାନ ମଧ୍ୟପ୍ରଦେଶର ରାଜଗଡ଼ରୁ ଏକ ବଡ ଖବର ଆସିଛି । ଯାହା ହେଉଛି ଏକ ଅଟୋ ସିଏମ ମୋହନ ଯାଦବଙ୍କ କାରକେଡ୍ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୩ ବର୍ଷର ଶିଶୁ ସମେତ ତିନି ଜଣ ଆହତ ହୋଇଛନ୍ତି । ସିଏମ ମୋହନ ଯାଦବ ଭୋପାଳରୁ ଶାଜାପୁର ଯାଉଥିବାବେଳେ ଏହି ଘଟଣା ଘଟିଛି ।
ସିଏମ ମୋହନ ଯାଦବଙ୍କ କାରକେଡ୍ ଭୋପାଳରୁ ଶାଜାପୁର ଯାଉଥିଲା । ଏହି ସମୟ ମଧ୍ୟରେ ସାରଙ୍ଗପୁର ନିକଟ ରାଜପଥରେ ଏକ ଦୁର୍ଘଟଣା ଘଟିଛି ଏବଂ ସିଏମ କାରକେଡ୍ ସହିତ ଏକ ଅଟୋ ଧକ୍କା ହୋଇଛି । ଏହି ଘଟଣାରେ ୧୩ ବର୍ଷର ଶିଶୁ ସମେତ ତିନି ଜଣ ଆହତ ହୋଇଛନ୍ତି । ତେବେ ଆହତଙ୍କୁ ଭେଟିବାକୁ ସେଠିକାର କଲେକ୍ଟର ମଧ୍ୟ ହସପିଟାଲରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ, ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଟୋରେ ସମୁଦାୟ ଚାରି ଜଣ ଲୋକ ଯାତ୍ରା କରୁଥିଲେ । ଆରିଫ ଏକ ଅଟୋ ଚଳାଉଥିଲେ ଏବଂ ତାଙ୍କ ସ୍ତ୍ରୀ ଏବଂ ୨ ପିଲା ମଧ୍ୟ ଥିଲେ । ଆହତ ହୋଇଥିବା ୧୩ ବର୍ଷର ବାଳକ ଅମିନ ବୋଲି ଜଣାପଡିଛି । ଅମିନଙ୍କ ଅଣ୍ଟା ଏବଂ ପେଟରେ ଆଘାତ ଲାଗିଛି ।
କାରକେଡ୍ ଗାଡି ଏବଂ ଅଟୋ ମଧ୍ୟରେ ଧକ୍କା ଏତେ ଜୋର୍ ହୋଇଥିଲା ଯେ କାରକେଡ୍ ଗାଡି ଅସନ୍ତୁଳିତ ହୋଇ ରାସ୍ତା ତଳେ ପଡିଆରେ ପହିଯାଇଥିଲା । ଡିଏମ୍ ଏବଂ ଏସପି ମଧ୍ୟ ସିଏମ୍ କାରକେଡ୍ ସହିତ ଯାଉଥିଲେ । ଏହା ପରେ ଆହତମାନଙ୍କୁ ଦେଖିବା ପାଇଁ ସେ ତୁରନ୍ତ ହସପିଟାଲରେ ପହଞ୍ଚି ଆହତଙ୍କ ଭଲ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ସୈଭାଗ୍ୟର ବିଷୟ ହେଉଛି ଯେ ସିଏମ୍ ମୋହନ ଯାଦବଙ୍କୁ କୌଣସି ପ୍ରକାର ଆଘାତ ଲାଗିନାହିଁ ଏବଂ ଏହି ଦୁର୍ଘଟଣାରେ ସେ ଆହତ ହେବାରୁ ବଞ୍ଚିଯାଇଛନ୍ତି । ତେବେ ସିଏମ୍ଙ୍କ କାରକେଡ୍ କେଉଁ ଗାଡି ଦୁର୍ଘଟଣା ଘଟାଇଛି ଏବଂ କାହାର ଦୋଷ ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ଆହତମାନେ ଚିକିତ୍ସିତ ହେଉଛନ୍ତି ଏବଂ ଏଥିରେ କୌଣସି ଲୋକଙ୍କର ବଡ଼ କ୍ଷୟକ୍ଷତି ହୋଇନାହିଁ । ଏନେଇ ପୋଲିସ ମଧ୍ୟ ଅଧିକ ତଦନ୍ତ କରୁଛି ।