ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପିଲାଙ୍କ ଲାଳନପାଳନ କରିବେ ସରକାର, ମଧ୍ୟପ୍ରଦେଶ କ୍ୟାବିନେଟର ବଡ଼ ନିଷ୍ପତ୍ତି

ସରକାର କରିବେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପିଲାଙ୍କର ଲାଳନପାଳନ । ଏ ନେଇ ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଏକ ନୂତନ ପଦକ୍ଷେପ ଘୋଷଣା କରାଯାଇଛି । ଏବେ ରାଜ୍ୟ ସରକାରଙ୍କ ତରଫରୁ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପିଲାମାନଙ୍କ ଲାଳନପାଳନ କରାଯିବ । କ୍ୟାବିନେଟ୍ ବୈଠକରେ ଏହାକୁ ନେଇ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ନାବାଳିକା ଦୁଷ୍କର୍ମ ପୀଡ଼ିତା ଏବଂ ସେମାନଙ୍କଠାରୁ ଜନ୍ମିତ ପିଲାଙ୍କର ପୁନର୍ବାସ ଓ କଲ୍ୟାଣ ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅଧୀନରେ ପୀଡ଼ିତାଙ୍କ ପିଲାମାନଙ୍କୁ ଗୋଟିଏ ଜାଗାରେ ଉତ୍ତମ ସ୍ୱାସ୍ଥ୍ୟ ସହ ଲାଳନପାଳନ, ଶିକ୍ଷା, ପୋଲିସ ସହାୟତା ଏବଂ କାଉନସିଲିଂର ସୁବିଧା ଯୋଗାଇ ଦିଆଯିବ ।

ଏହି ସ୍କିମ୍ ଅଧୀନରେ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏ ଫଣ୍ଡ ଜାରି କରାଯିବ । ପୋସ୍କୋ ଅଧିନିୟମ ୨୦୧୨ ଅଧୀନରେ ପୀଡ଼ିତାମାନଙ୍କ ଦେଖାଶୁଣା ଏବଂ ସହାୟତା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଉଛି । କ୍ୟାବିନେଟ୍ ଦ୍ୱାରା ପାରିତ ପ୍ରସ୍ତାବ ଅନୁସାରେ ଯୋଜନାର ଉଦ୍ଦେଶ୍ୟ ହେଲା, ଗର୍ଭବତୀ ପୀଡ଼ିତା ନାବାଳିକାଙ୍କୁ ଗୋଟିଏ ଜାଗାରେ ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ।

ଡେପୁଟି ସିଏମ୍ ରାଜେନ୍ଦ୍ର ଶୁଳ୍କା କହିଛନ୍ତି, ସ୍କିମ୍ ଅଧୀନରେ ୧୮ ବର୍ଷରୁ କମ୍ ବୟସର ପୀଡ଼ିତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ।

You might also like