ଫୁଟପାଥରେ ମିଳିଲେ ପୂର୍ବ ପୋଲିସ କର୍ମଚାରୀ, ୧୫ ବର୍ଷ ତଳେ ହୋଇଥିଲେ ନିଖୋଜ

୧୫ ବର୍ଷ ପୂର୍ବରୁ ନିଖୋଜ ହୋଇଯାଇଥିବା ଜଣେ ପୂର୍ବ ପୋଲିସ କର୍ମୀ ଗ୍ଵାଲିୟରର ଫୁଟପାଥରେ ଭିକା ମାଗୁଥିବା ଅବସ୍ଥା ଉଦ୍ଧାର ହୋଇଛନ୍ତି। ପୋଲିସ ଡିଏସପି ରତନେସ ସିଂହ ତୋମାର ଏବଂ ତାଙ୍କ ସାଥି ଡିଏସପି ବିଜୟ ସିଂହ ବାହାଦୁର ମଙ୍ଗଳବାର ଦିନ ରାତିରେ ତାଙ୍କୁ ସେଠାରେ ଦେଖିଥିଲେ।ଉଭୟେ ଗ୍ଵାଲିୟରର ଏକ ମ୍ୟାରେଜ ହଲ ନିକଟରେ ନିଜ ଗାଡିରେ ଥିଲେ। ସେଠାରେ ସେମାନେ ଶୀତ ରାତିରେ ଥରୁଥିବା ଏକ ପାଗଳ ଅଳିଆ ଗଦାରୁ ଖାଇବା ଖୋଜୁଥିବାର ଦେଖିଥିଲେ।

mp police2

ତେବେ ସେହି ପାଗଳକୁ ଦେଖିବା ପରେ ସେ ଦୁଇ ଜଣ ଗାଡିରୁ ଓହ୍ଲାଇ ନିଜ ଜ୍ୟାକେଟକୁ ସେହି ପାଗଳକୁ ଦେଇଥିଲେ। ସେହି ସମୟରେ ପାଗଳ ଜଣଙ୍କ ଦୁହିଁଙ୍କୁ ତାଙ୍କ ନାମ ଧରି ଡାକିଥିଲା ବୋଲି ତୋମାର କହିଛନ୍ତି। ଏହାପରେ ସେମାନେ ସେହି ପାଗଳର ପରିଚୟ ପାଇଥିଲେ। ସେ ତାଙ୍କର ପୂର୍ବତନ ସହକର୍ମୀ ମନିଷ ମିଶ୍ର ଯିଏକି ୨୦୦୫ ମସିହାରେ ଦତିଆରେ ନିଖୋଜ ହୋଇଯାଇଥିଲେ। ଗ୍ଵାଲିୟର ପରାଧ ଶାଖାର ଡିସିପି ତୋମାରଙ୍କ କହିବାନୁସାରେ ଏତେ ବର୍ଷ ପର୍ଯ୍ୟନ୍ତ ମନିଷଙ୍କର କୌଣସି ଖବର ମିଳୁନଥିଲା। ପରେ ତୋମାର ଏବଂ ବାହାଦୁର ମନିଷଙ୍କୁ ଏକ ଘରୋଇ ଆଶ୍ରୟ ସ୍ଥଳୀକୁ ନେଇଥିଲେ। ବର୍ତ୍ତମାନ ଆଗକୁ ତାଙ୍କ ପାଇଁ ସଠିକ୍‌ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେ ଏଠାରେ କିଛି ଦିନ ରହିବେ ବୋଲି କହିଛନ୍ତି।

mp police3

ଜଣେ ଭଲ ଏଥଲିଟ ଏବଂ ସାର୍ପ ସୁଟର ମନିଷ ତୋମାର ୧୯୯୯ ମସିହାରେ ପୋଲିସ ବଳରେ ସାମିଲ ହୋଇଥିଲେ। କିଛି ବର୍ଷ ପରେ ସେ ମାନସିକ ଚାପରେ ରହିବାକୁ ଲାଗିଥିଲେ ଓ କିଛି ଦିନ ପରେ ସେ ନିଖୋଜ ହୋଇଯାଇଥିଲେ ବୋଲି ତୋମାର ସୂଚନା ଦେଇଛନ୍ତି। ତେବେ ତାଙ୍କ ଚିକିତ୍ସା ପାଇଁ ଖୁବ ଶୀଘ୍ର ଭଲ ବ୍ୟବସ୍ଥା ଉପଲବ୍ଧ କରାଯିବ ବୋଲି ଡିଏସପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.