୨୮ ବର୍ଷ ପରେ ମିଳିଲା ସାପ୍ତାହିକ ଛୁଟି, କମଲନାଥଙ୍କ ଶାସନରେ ମଧ୍ୟପ୍ରଦେଶ ପୋଲିସର ଆରମ୍ଭ ହେଲା ଅଛେ ଦିନ୍

ମଧ୍ୟପ୍ରଦେଶ ପୋଲିସର ଆରମ୍ଭ ହେଲା ଅଛେ ଦିନ୍ । ପ୍ରତିଶ୍ରୁତି ପୁରଣ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଏଣିକି ପୋଲିସକର୍ମୀଙ୍କୁ ମିଳିବ ସାପ୍ତାହିକ ଛୁଟି । ଏହାର ଆରମ୍ଭ ଗୁରୁବାର ଅର୍ଥାତ୍ ଗତକାଲିଠୁ ହୋଇଛି । ରାଜଧାନୀ ଭୋପାଳର ପ୍ରାୟ ୩୫୧ ପୋଲିସ୍ କର୍ମୀଙ୍କୁ ପ୍ରଥମ ସାପ୍ତହିକ ଛୁଟି ମିଳିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରାୟ ୨୮ ବର୍ଷ ପରେ ପ୍ରଥମ ପାଇଁ ପୋଲିସ କର୍ମଚାରୀଙ୍କୁ ଏଭଳି ଛୁଟି ଦିଆଯାଇଛି ।

ପୋଲିସ୍ ମୁଖ୍ୟାଳୟର ଆଦେଶ ଅନୁସାରେ, ୩ ଜାନୁଆରୀରେ ୬ ଜଣ ଇନ୍ସପେକ୍ଟର, ୩୪ ଜଣ ସବଇନ୍ସପେକ୍ଟର , ୪୩ ଆସିଷ୍ଟାଣ୍ଟ୍ ସବଇନ୍ସପେକ୍ଟର, ୮୫ ହେଡ୍ କନଷ୍ଟେବଲ୍ ଏବଂ ୧୮୩ କନଷ୍ଟେବଲଙ୍କ ସମେତ ୩୫୧ ପୋଲିସ୍ ଅଧିକାରୀ/କର୍ମଚାରୀ ଏହି ସାପ୍ତାହିକ ଛୁଟିର ଲାଭ ଉଠାଇଛନ୍ତି । ତେବେ ପୋଲିସ୍ କର୍ମଚାରୀମାନଙ୍କୁ ପୂର୍ବରୁ ସିଏଲ ଓ ଇଏଲ ମିଳୁଥିଲା ।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ଷମତାକୁ ଆସିଲେ ପୋଲିସ୍ କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ଏବେ ଏହି ପ୍ରତିଶ୍ରୁତିକୁ ପୁରା କରିଛନ୍ତି କମଲନାଥ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.