ଆଜି ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମଧ୍ୟପ୍ରଦେଶ ବିଧାନସଭାର ୨୩୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨ହଜାର ୮ ଶହ ୯୯ ଜଣ ପ୍ରାର୍ଥୀ । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୩ ଲକ୍ଷ ଭୋଟର । ଏଥିଲାଗି ରାଜ୍ୟରେ ୬୫ ହଜାର ମତଦାନ କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଏଥର କଡା ଟକ୍କର ହେଉଛି। ଅନେକ ସ୍ଥାନରେ କଂଗ୍ରେସ ବହୁଜନ ସମାଜବାଦୀ ପାର୍ଟି ସହ ବୁଝାମଣା କରି ନିର୍ବାଚନ ଲଢିଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ସେହିପରି ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ଆଜି ମତଦାନ ନିଆଯାଉଛି । ୪୦ ଆସନରେ ୨୦୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ରାଜ୍ୟର ୭ ଲକ୍ଷ ୭୦ ହଜାର ଭୋଟର । ଖ୍ରୀଷ୍ଟିଆନ ବହୁଳ ମିଜୋରାମରେ ମୁଖ୍ୟତଃ କଂଗ୍ରେସ ଓ ମିଜୋ ନ୍ୟାସନାଲ ପ୍ରଣ୍ଟ- ଏମ୍ଏନ୍ଏଫ ମଧ୍ୟରେ ମୁକାବିଲା ହେଉଛି । ବିଜେପି ଏଠାରେ ଖାତା ଖୋଲିବାକୁ ଉଦ୍ୟମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.