pubg ଗେମ୍ ଖେଳି କରଜରେ ବୁଡିଥିବା ଛାତ୍ରଙ୍କ ଆତ୍ମହତ୍ୟା, କହିଲେ : “ସରି ମା ମୁ ବିଗିଡି ଯାଇଛି, ମୋତେ କ୍ଷମା କରିଦିଅ”

ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଭନୱରକୁଆ ଥାନା ଅନ୍ତର୍ଗତ ଇନ୍ଦ୍ରପୁରୀ କଲୋନୀର ଏକ ହଷ୍ଟେଲରୁ ଜଣେ ଛାତ୍ରର ଝୁଲନ୍ତା ମୃତ ଦେହ ଜବତ କରାଯାଇଛି। ଛାତ୍ରଟିର ନାଁ ଜିତେନ୍ଦ୍ର ଭାସ୍କେଲ ଓ ତାର ବୟସ ମାତ୍ର ୨୩ ବର୍ଷ । ଜିତେନ୍ଦ୍ରଙ୍କ ଘର ଖରଗୋନ ଜିଲ୍ଲାରେ ।ସମ୍ପୂର୍ଣ୍ଣ ତଦନ୍ତ କରିବା ପରେ ଜଣାଯାଇଛି ଛାତ୍ରଟି ଅନଲାଇନ ଗେମ୍ ଓ ତିନି ପତ୍ତିର କରଜରେ ବୁଡ଼ି ରହିଥିଲା।
ଛାତ୍ରର ରୁମରୁ ଏକ ସୁଇସାଇଡ ନୋଟ ମିଳିଛି ଏଥିରେ ଲେଖାଯାଇଛି – ‘ସରି ମା ମୁ ବିଗିଡି ଯାଇଛି। ମୋତେ କ୍ଷମା କରିଦିଅ, ମୋର ଘରକୁ ଯିବାକୁ ଇଚ୍ଛା ନାହିଁ, କି ଅନ୍ୟ କୁଆଡେ ବି ଯିବା ପାଇଁ ଇଚ୍ଛା ହେଉନାହିଁ, ମୁଁ ଘରର ପରିସ୍ଥିତିକୁ ଦେଖିପାରୁନାହିଁ। ଯିବି ତ କୁଆଡେ ଯିବି ନା ଘର ଅଛି ନା ଜାଗା। ଯାହା ଥିଲା ଲୋକମାନେ ତାକୁ ମଧ୍ୟ ଛଡାଇ ନେଲେ। ମୁଁ ମୋ ପରିବାର ଓ ବନ୍ଧୁଙ୍କୁ ବହୁତ ଭଲପାଏ। ମୁଁ ଟଙ୍କା ଲୋଭରେ ଜୁଆ ଖେଳୁଥିଲି, ମୋତେ ଲାଗିଲା ଯେ ମୁଁ ଅନଲାଇନ ଗେମ୍ ଖେଳିକି ବହୁତ ଟଙ୍କା ଜିତିଯିବି। ମମି ବାପାଙ୍କ ରହିବା ପାଇଁ ଏକ ଜାଗା ଓ ନୂଆ ଘର କିଣିବି। କିନ୍ତୁ ମୁଁ ଏହି ଗେମ୍ ଜିତି ପାରିଲି ନାହିଁ। ମୁଁ ମୋ ଭଉଣୀକୁ ବହୁତ ଭଲପାଏ।
ମୃତ ଜିତେନ୍ଦ୍ର ଅନଲାଇନ ଗେମ୍, ତିନି ପତ୍ତି ଓ pubg ଗେମ୍ ଖେଲୁଥିଲେ। ଏଥିପାଇଁ ସେ ଅନେକ କରଜରେ ବୁଡି ରହିଥିଲେ। ଅଧିକ କରଜ କରି ଥିବାରୁ ସେ ଡିପ୍ରେଶନରେ ରହୁଥିଲେ। ଗତ ମଙ୍ଗଳବାର ରାତି ରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିଲେ। ଛାତ୍ରଟି ଇନ୍ଦୋରର ଏକ ହଷ୍ଟେଲରେ ରହି BA ପଢୁଥିଲେ। ସେ ନିଜର ଖର୍ଚ୍ଚ ଉଠାଇବା ପାଇଁ ଏକ ସିକ୍ୟୁରିଟି ଗାର୍ଡ ଚାକିରୀ ମଧ୍ୟ କରିଥିଲେ।
ଭନୱରକୁଆ ପୋଲିସ୍ ମୃତକଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ହସ୍ପିଟାଲକୁ ପଠାଇଛନ୍ତି। ଏହାସହ ସୁଇସାଇଡ ନୋଟ୍ ଓ ମୋବାଇଲ୍ ଫୋନ ଜବତ କରି ତଦନ୍ତ ଆରମ୍ଭ ପକ୍ରିୟା ଆରମ୍ଭ କରିଛନ୍ତି ।ପୋଲିସ ସୁଇସାଇଡ ନୋଟ୍ ଓ ମୃତକଙ୍କ ପରିବାର ସଦସ୍ୟଙ୍କ ବୟାନ ଆଧାରରେ ଏହି ତଦନ୍ତ ପକ୍ରିୟାକୁ ଆଗକୁ ବଢାଇବେ କହିଛନ୍ତି।