ଦେଶ ବିଦେଶ

ହତ୍ୟା ମାମଲାରେ ଆସାମୀକୁ ଧରିବା ପାଇଁ ବାବାଙ୍କ ସାହାରା ନେଲେ ପୋଲିସ ବାବୁ, ଶେଷରେ ହେଲେ ନିଲମ୍ବିତ

ନୂଆଦିଲ୍ଲୀ : ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟପ୍ରଦେଶ ପୋଲିସ ବର୍ତ୍ତମାନ ବାବାଙ୍କ ଆଶ୍ରୟ ନେଇଛି। ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଆତ୍ମଘୋଷିତ ବାବାଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ, ବାବା ଦେଇଥିବା ସଙ୍କେତ ଉପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଯାହା ପୋଲିସ ବାବୁଙ୍କ ଉପରେ ମହଙ୍ଗା ପଡିଲା। ଏପରି ଘଟଣା ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ଆସିଛି। ସୋସିଆଲ ମିଡ଼ିଆରେ ଏହାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ବାବାକୁଙ୍କୁ ନିଲମ୍ବିତ କରିଦିଆଯାଇଛି ।

ଖବର ଅନୁସାରେ ୧୭ ବର୍ଷର ଝିଅକୁ ହତ୍ୟା କରିଥିବା ଆସାମୀକୁ ଧରିବା ପାଇଁ ପୋଲିସ ଏସ୍‌ଆଇ ଆତ୍ମଘୋଷିତ ବାବାଙ୍କ ନିକଟକୁ ଯାଇ ହାତ ଯୋଡ଼ୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖା ଯାଉଛି ବାବା ତାଙ୍କୁ କିଛି ସୂଚନା ଦେଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଏସଆଇ ଅନିଲ ଶର୍ମାଙ୍କୁ ନିଲମ୍ବିତ କରାଯାଇଛି ।

ଭିଡିଓରେ ପୋଲିସ ASI ଜଣକ ବାବାଙ୍କୁ ହାତ ଯୋଡ଼ି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ତାଲିକା ଧରାଉଥିବାର ଦେଖିବାକୁ ମିଳିଛି । ଏହାପରେ ବାବା ଜଣକ କହୁଛନ୍ତି ଯେ, ‘ତୁମ ତାଲିକାରେ ଥିବା ଦୋଷୀଙ୍କ ନାଁ ଛଡ଼ା ମୁଁ ଆଉ କିଛି ନାମ ନେବି। ଯେଉଁଟା ତୁମ ତାଲିକାରେ ନଥିବ, ସେ ହେଉଛି ମୁଖ୍ୟ ଅଭିଯୁକ୍ତ’ । ପରବର୍ତ୍ତୀ ସମୟରେ, ସେ ତିନୋଟି ନାମ ନେଇଥିଲେ ଏବଂ ତାପରେ କହିଥିଲେ, “ବର୍ତ୍ତମାନ ଆପଣ ବୁଝିପାରିବେ ସେହି ବ୍ୟକ୍ତି କିଏ। ଏହି ମାମଲାରେ ପଚରାଉଚରା ପାଇଁ ଆପଣ ତାଙ୍କୁ ଅଟକ ରଖିଛନ୍ତି”।

ସୂଚନା ଅନୁଯାୟୀ ଜୁଲାଇ ୨୮ରେ ଛତ୍ରପୁର ଜିଲ୍ଲାର ବାମିଠା ପୋଲିସ ଷ୍ଟେସନ ପରିସରର ଥିବା ଗାଁରେ ଜଣେ ନାବାଳିକାଙ୍କ ମୃତଦେହ ମିଳିଥିଲା। ମୃତଦେହ ସନ୍ଦେହଜନକ ଥିଲା ତେଣୁ ପୋଲିସ ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରି ଚାର୍ଜ ଖୋଜିବା ଆରମ୍ଭ କରିଥିଲା। ନିଜେ ଗାଁରେ ରହୁଥିବା ତିନି ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। କିନ୍ତୁ ପୋଲିସ ଏହି ମାମଲା ଉପରେ ତଦନ୍ତ ଜାରି ରଖିଥିଲା। କିଛି ଦିନ ତଳେ ପୋଲିସ ଏହି ହତ୍ୟାକାଣ୍ଡର ଖୁଲାସା କରି ମୃତକଙ୍କ ଦାଦାଙ୍କୁ ଗିରଫ କରି କହିଛି ଯେ ତାଙ୍କ ଝିଅ କାହା ସହ ଅନୈତିକ ସମ୍ପର୍କ ରଖିଛି। ତେଣୁ ଝିଅର ଚରିତ୍ର ଉପରେ ସନ୍ଦେହ କରିଥିଲେ, ଯେଉଁଥିରେ ସେ ତାଙ୍କ ଝିଆରୀକୁ ଗଳା କାଟି ହତ୍ୟା କରିଥିଲେ ଏବଂ ପରେ ତାଙ୍କୁ କୂଅରେ ଫିଙ୍ଗି ଦେଇଥିଲେ।

ବାମିଠା ପୋଲିସ ଏହି ଘଟଣାର ଖୁଲାସା କରିବା ପରେ ପରିବାର ସଦସ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଥିଲେ। ଏହା ପରେ ଏଏସଆଇର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ୟୁନିଫର୍ମରେ ଥିବା ଜଣେ ପୋଲିସ ଅଧିକାରୀ ବାବାଙ୍କ ନିକଟକୁ ଯାଇ ହତ୍ୟା ରହସ୍ୟର ସମାଧାନ ପାଇଁ ସାହାଯ୍ୟ ମାଗିଥିବାର ନଜର ଆସିଛନ୍ତି।

ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ପ୍ରଶାସନରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ଏଏସଆଇ ଅନିଲ ଶର୍ମାଙ୍କୁ ନିଲମ୍ବିତ କରିଥିଲେ। ପୋଲିସ ବାବୁଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଏବେ ପୋଲିସଙ୍କ ଉପରେ ପ୍ରଶ୍ନ ଉଠାଉଥିବାର ଦେଖିବାକୁ ମିଳିଛି । ଏଥିପାଇଁ ଛତ୍ରପୁର ଏସ୍‌ପି ସଚିନ୍‌ ଶର୍ମା ଏସ୍‌ଆଇ ଅଶୋକ ଶର୍ମାଙ୍କୁ ସସ୍‌ପେଣ୍ତ କରିଛନ୍ତି ।

Barsha

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

22 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

31 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago