ଦେଖନ୍ତୁ କେତେ ଭୟଙ୍କର ଏହି ବ୍ୟକ୍ତି ଜଣକ, ବର୍ଷ ବର୍ଷ ଧରି ଖାଉଥିଲେ ଭାଲୁର ଗୁପ୍ତାଙ୍ଗ, ୬ ବର୍ଷ ପରେ ପୋଲିସ କଲା ଗିରଫ

ମଧ୍ୟ ପ୍ରଦେଶର ଏସ୍ଟିଏଫ୍ ଓ୍ଵାଇଲ୍ଡଲାଇଫ୍ ଜଣେ ଶିକାରୀଙ୍କୁ ୬ ବର୍ଷ ପରେ ଗିରଫ କରିଛି। ଅଭିଯୁକ୍ତ ଜଣକ ବର୍ଷ ବର୍ଷ ଧରି ଜଙ୍ଗଲ ଭିତରେ ପଶି ଜୀବଜନ୍ତୁଙ୍କୁ ଶିକାର କରୁଥିଲେ। ଆଉ ସେମାନଙ୍କ ଗୁପ୍ତାଙ୍ଗ କାଟି କଞ୍ଚା ଖାଉଥିଲେ। ଏହି ମୋଷ୍ଟ ଓ୍ଵାଣ୍ଟେଡ୍ ଶିକାରୀ ଲୁଜାଲେନ ଓରଫ୍ ଜସରତଙ୍କୁ ବହୁ ଖୋଜାଖୋଜି ପରେ କାବୁ କରାଯାଇଛି। ଜସରତ ମୁଖ୍ୟତଃ ଭାଲୁମାନଙ୍କୁ ଶିକାର କରି ତାଙ୍କ ଗୁପ୍ତାଙ୍ଗ ଖାଇଥାଆନ୍ତି। କାରଣ, ସେ ଭାଲୁମାନଙ୍କୁ ସର୍ବଶ୍ରେଷ୍ଠ କାମୋତ୍ତେଜକ ବୋଲି ମାନିଥାଆନ୍ତି। ବନ ଅଧିକାରୀମାନେ ତାଙ୍କଠାରୁ ୩ଟି ନକଲି ଭୋଟର ପରିଚୟ ପତ୍ର ଜବତ କରିଛନ୍ତି। ୨୦୧୪ରେ ଜସରତ ଜାମିନ୍ରେ ମୁକୁଳି ପୁଣି ଗାଏବ ହୋଇଯାଇଥିଲେ। ପୋଲିସ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା।
ଏହାସହ ପଢ଼ନ୍ତୁ: ଜବରଦସ୍ତ ଆକ୍ଟିଂ କରି ଲୋକଙ୍କ ମନ କିଣୁଛି ଏହି ଘୋଡ଼ା, ଅଳସୁଆମିରେ ରହିଛି ନମ୍ବର ଓ୍ଵାନ୍, ଦେଖନ୍ତୁ ଭିଡିଓ
ମଧ୍ୟ ପ୍ରଦେଶ ଏସ୍ଆଇଟି ତାଙ୍କ ପିଛା ଛାଡ଼ି ନ ଥିଲା। ଶେଷରେ ପୋଲିସ ତାଙ୍କୁ ଗୁଜରାଟର ବଡୋଦରାରୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ପୋଲିସ ଆଗରେ ସବୁ ସତ ମାନିଯାଇଥିଲେ। ତାଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା, ସେବେଠାରୁ ସେ ଜୀବଜନ୍ତୁଙ୍କୁ ଶିକାର କରି ତାଙ୍କ ଗୁପ୍ତାଙ୍ଗ ଖାଉଥିଲେ। ଗ୍ରାମବାସୀଙ୍କ ମୁହଁ ବନ୍ଦ କରିବା ପାଇଁ ଅଜବ କାମ କରୁଥିଲେ। ନିଜେ ଶିକାର କରିଥିବା ଘୁଷୁରୀଙ୍କୁ ମାଗଣାରେ ଗ୍ରାମବାସୀଙ୍କୁ ଦେଉଥିଲେ।