ଦେଶ ବିଦେଶ

ମଧ୍ୟପ୍ରଦେଶ : ଟୋଲ ପ୍ଲାଜାରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଭୟରେ କୂଅକୁ ଡେଇଁଲେ ୨ କର୍ମଚାରୀ

ମଧ୍ୟପ୍ରଦେଶର ଡଗରଇ ଟୋଲ୍ ପ୍ଲାଜାରେ ବନ୍ଧୁକଧାରୀଙ୍କ ଆତଙ୍କ ଖେଳାଇଛନ୍ତି । ଆଉ ଭୟରେ ନିଜ ଜୀବନ ବଞ୍ଚାଇବା ପାଇଁ କୂଅକୁ ଡେଇଁ ପଡିଲେ ଦୁଇ କର୍ମଚାରୀ । ଫଳରେ ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଉଭୟ ମୃତକଙ୍କ ଘର ଆଗ୍ରା ଏବଂ ନାଗପୁରରେ ବୋଲି ଜଣାପଡିଛି । କାଉଣ୍ଟର ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଟୋଲ ପ୍ଲାଜା କର୍ମଚାରୀଙ୍କୁ ନିର୍ଧୁମ ମାଡ ମଧ୍ୟ ମାରିଲେ । ଘଟଣାଟି ମଙ୍ଗଳବାର ରାତି ୧୦ଟାରେ ଘଟିଥିବା ପୋଲିସ କହିଛି ।

ଖବର ମୁତାବକ, ମଧ୍ୟପ୍ରଦେଶର ଜାତୀୟ ରାଜପଥ-୪୪ରେ ଥିବା ଡଗରଇ ଟୋଲ ପ୍ଲାଜାରେ ମଙ୍ଗଳବାର ରାତି ୧୦ଟା ସମୟରେ ୬ଟି ବାଇକରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଆତଙ୍କ ଖେଳାଇଥିଲେ । ଏହାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ହାତରେ ବନ୍ଧୁକ ଧରି ଗୁଳିମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଟୋଲ କାଉଣ୍ଟରର କବାଟକୁ ଗୋଇଠା ମାରିବା ସହ ବୁଥ ଭିତରକୁ ପଶି ଟୋଲ ପ୍ଲାଜାର କର୍ମଚାରୀଙ୍କୁ ମାଡ ମାରୁଛନ୍ତି ।

ଏହାପରେ ଦୁର୍ବୃତ୍ତମାନେ ୧୫ ମିନିଟରେ ୨୦ରୁ ୩୦ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ପରେ ଭୟରେ ଟୋଲ ପ୍ଲାଜାର କର୍ମଚାରୀରେ ଜୀବନ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁ ପଡିଥିଲେ । ଫଳରେ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ କର୍ମଚାରୀଙ୍କ ପରିଚୟ ଆଗ୍ରାର ଶ୍ରୀନିବାସ ପରିହାର ଓ ନାଗପୁରର ଶିବାଜୀ କଣ୍ଡେଲେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଝାନ୍ସୀ ଏବଂ ଗ୍ୱାଲିଅର୍ ମଧ୍ୟରେ ଟୋଲ୍ ପ୍ଲାଜାର ଡିଲ ଏପ୍ରିଲ୍ ୧ରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏହାକୁ ନୂଆ କଣ୍ଟ୍ରାକ୍ଟରଙ୍କୁ ହସ୍ତାନ୍ତର କରାଯାଇଥିଲା । ଦୁର୍ବୃତ୍ତମାନେ ଟୋଲ ପ୍ଲାଜାରୁ ଟ୍ରକ-ଡମ୍ପରଗୁଡ଼ିକୁ ମାଗଣାରେ ବାହାର କରି ସେମାନଙ୍କ ମାଲିକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ । ନୂଆ କଣ୍ଟ୍ରାକ୍ଟର ଗାଡିକୁ ମାଗଣାରେ ଛାଡିବାକୁ ମନା କରି ଦେଇଥିଲେ । ତେଣୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୋଲିସ ସିସିଟିଭି ଆଧାରରେ ଦୁର୍ବୃତ୍ତମାନଙ୍କ ପରିଚୟ ଖୋଜି ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି ।

Swagatika

Recent Posts

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 min ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

19 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

44 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

48 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

51 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

57 mins ago