ଜାପାନରେ ୫.୧ ଓ ଫିଲିପାଇନ୍ସରେ ୫.୭ ତୀବ୍ରତାର ଭୂକମ୍ପ ଝଟକା, ଘରୁ ଭୟରେ ଦୌଡିଲେ ଲୋକ
ଜାପାନର ଉତ୍ତର-ପୂର୍ବରେ ୫.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ମିୟାଗି ଓ ଫୁକୁସିମା ପ୍ରିଫେକ୍ଟରରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା, କିନ୍ତୁ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ । ଫଳରେ ଭୟରେ ଲୋକମାନେ ଘରୁ ଦୌଡୁଥିଲେ । ଜାପାନ ପାଣିପାଗ ବିଭାଗ କହିଛି ଯେ, ଶନିବାର ଦିନ ସକାଳ ୪:୧୦ ରେ ଏହି ଭୂକମ୍ପର ତୀବ୍ରତା ୪ ରହିଥିଲା । ଭୂକମ୍ପରେ କୌଣସି ଧନଜୀବନ ବା ବଡ଼ କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ସୂଚନା ମିଳିନାହିଁ ।
ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫଜେଡ) ଅନୁଯାୟୀ, ଶନିବାର ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା ।
strong #Earthquake offshore Surigao del Norte, Philippines
Felt by at least 4.0 m. people.https://t.co/OkqbojSYYE pic.twitter.com/tLgZwgeJyj— Risklayer Maps (@risklayer_maps) December 27, 2024
ୟୁଟିଲିଟି ଫାର୍ମଗୁଡିକ ଅନୁଯାୟୀ, ଭୂକମ୍ପ ପରେ ସେହି ଅଞ୍ଚଳର ଆଣବିକ ବିଦ୍ୟୁତ୍ କେନ୍ଦ୍ରରେ କୌଣସି ଅସ୍ୱାଭାବିକତା ଦେଖିବାକୁ ମିଳି ନଥିଲା । ଫୁକୁସିମା ଅଞ୍ଚଳରେ ପ୍ରାୟ ୪୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି ।
ସୂଚନାଯୋଗ୍ୟ, ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରର ‘ରିଙ୍ଗ ଅଫ୍ ଫାୟାର’ରେ ଅବସ୍ଥିତ, ଯାହା ଭୂମିକମ୍ପ ଏବଂ ଆଗ୍ନେୟଗିରି ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ଦେଶର ୨୪ଟି ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ କନଲାଓନ୍ ଆଗ୍ନେୟଗିରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବଡ଼ ବିପଦ ବୋଲି କୁହାଯାଏ । କାରଣ, ପ୍ରାୟତଃ ଏଠାରେ ଆଗ୍ନେୟଗିରି ଉଦଗୀରଣ ଏବଂ ଭୂକମ୍ପର ଗତିବିଧି ଦେଖିବାକୁ ମିଳିଥାଏ । ଫିଲିପାଇନ୍ସର କନଲାଓନ୍ ଆଗ୍ନେୟଗିରିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । କନଲାଓନ୍ ଆଗ୍ନେୟଗିରି ବିସ୍ଫୋରଣ ହେତୁ ପ୍ରାୟ ୮୭,୦୦୦ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।
ମାର୍ଚ୍ଚ ୨୦୧୧ ରେ ୯.୦ ତୀବ୍ରତାର ଭୂକମ୍ପ ଏବଂ ଏକ ବଡ଼ ଧରଣର ସୁନାମିରେ ସମାନ କ୍ଷେତ୍ରର ଅନେକ ଅଞ୍ଚଳ ନଷ୍ଟ ହୋଇଯାଇଥିଲା ।