ଇଣ୍ଡୋନେସିଆରେ ୭.୦ ର ଭୟଙ୍କର ଭୂକମ୍ପ

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୭.୦ । ତୁବାନ ଠାରୁ ଉତ୍ତର ଦିଗରେ ୯୬ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ନୂଆଦିଲ୍ଲୀ :  ପୁଣି ଭୂକମ୍ପରେ ଥରିଛି ଇଣ୍ଡୋନେସିଆ । କିଛି ଘଣ୍ଟା ପୂର୍ବରୁ ଏହି ଭୂମିକମ୍ପ ସଂଘଟିତ ହୋଇଛି । ଯାହାର ତୀବ୍ରତା ଥିଲା ୭.୦ । ଦେଶର ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଜାଭା ଓ ବାଲିରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ଜାଭା ଦ୍ୱୀପର ପୂର୍ବ ଭାଗରେ ଥିବା ଟୁବାନ୍‌ ଠାରୁ ପ୍ରାୟ ୯୬ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିଲା ବୋଲି ଆମେରିକା ଜିଓଲଜିକାଲ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି । ଯଦିଓ ଏହି ଭୂକମ୍ପ ଯୋଗୁଁ ସୁନାମି ଆସିବାର ଭୟ ନାହିଁ ତଥାପି ପରେ ପରେ ଆଉ କିଛି ଥର ଭୂକମ୍ପ ଆସିବ ବୋଲି ଇଣ୍ଡୋନେସିଆ ପାଣିପାଗ ବିଭାଗ ସତର୍କ କରାଇଛି ।
ଗତ କିଛି ଦିନ ହେଲା ବାରମ୍ବାର ଇଣ୍ଡୋନେସିଆରେ ଭୂକମ୍ପ ଘଟୁଛି । ତା ସହିତ ଆଗ୍ନୟଗିରି ଉଦଗୀରଣ ବିପଦ ସୃଷ୍ଟି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.