ମହାକୁମ୍ଭ : ପ୍ରୟାଗରାଜରେ ସାଧୁସନ୍ଥ କରୁଛନ୍ତି ଅମୃତ ସ୍ନାନ, ଆଜି ୪ରୁ ୫ କୋଟି ଶ୍ରଦ୍ଧାଳୁ ପକାଇବେ ବୁଡ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ସାହି ସ୍ନାନ । ଗଙ୍ଗା-ଯମୁନା ଓ ସରସ୍ବତୀ ନଦୀର ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ଆଜି ୧୩ଟି ଆଖଡ଼ାର ସାଧୁମାନେ ଅମୃତ ସ୍ନାନ କରିବେ । ଆଜି ଭୋର ୫ଟା ୧୫ରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଛି । ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇଛନ୍ତି ।

ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡାର ସାଧୁମାନେ ବୁଡ଼ କରାଯାଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କ ସମାଗମ ହୋଇଛି । ଆଜି ୪ରୁ ୫ କୋଟି ଶ୍ରଦ୍ଧାଳୁ ବୁଡ ପକାଇବେ । ୧୪୪ ବର୍ଷରେ ଥରେ ଏଭଳି ମହାଯୋଗ ହୋଇଥାଏ । ସେଥିପାଇଁ ଏଥରର ମହାକୁମ୍ଭ ମେଳା ବେଶ ସ୍ବତନ୍ତ୍ର । ଆସନ୍ତା ୨୯ ଓ ଫେବ୍ରୁଆରୀ ୩ରେ ସାହି ସ୍ନାନ ତିଥି ରହିଛି । ୪୫ ଦିନ ଧରି ଚାଲିବ ମହାକୁମ୍ଭ ମେଳା । ସାରା ବିଶ୍ବରୁ ପାଖାପାଖି ୪୦ କୋଟି ଶ୍ରଦ୍ଧାଳୁ ସାମିଲ ହେବେ । ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ୪୫ ଦିନ ଧରି ଚାଲିବ ମହାକୁମ୍ଭ ମେଳା । ମହାକୁମ୍ଭ ମେଳା ପାଇଁ ଅଦ୍ଭୁତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ । ଗତକାଲି ପ୍ରଥମ ଦିନରେ ବୁଡ଼ ପକାଇଥିଲେ ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ । ଆଜି ୧୩ଟି ଆଖଡ଼ାର ସାଧୁମାନେ ଅମୃତ ସ୍ନାନ କରିବେ । ଆଖଡ଼ାର ସାଧୁସନ୍ଥ ମହାସ୍ନାନ କରିବା ନିମନ୍ତେ ସମୟ ନିର୍ଦ୍ଧାରିତ ହୋଇଛି । ପୋଲିସର ୯ ଟିମ୍ ସେମାନଙ୍କୁ କ୍ରମ ଅନୁଯାୟୀ ଅମୃତ ସ୍ନାନ ନିମନ୍ତେ ଘାଟକୁ ନେବ ।

ମହାକୁମ୍ଭ ସୁରକ୍ଷା :

ଆଣ୍ଟି ଟେରୋରିଜମ ସ୍କ୍ବାର୍ଡ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ, ରାପିଡ ଆକ୍ସନ ଫୋର୍ସ, ପୋଲିସ ଓ ସିଆରପିଏଫ ମୁତୟନ ହୋଇଛନ୍ତି । ୭୦ ଜିଲ୍ଲାରୁ ୩୦ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ସେହିପରି NDRF ଓ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ ୟୁନିଟ ଗୁଡ଼ିକ ସହିତ ୧୦ହଜାର ପୋଲିସ ସମାରୋହର ସୁରକ୍ଷାକୁ ସୁନିଶ୍ଚିତ କରିବେ ।

ସମ୍ଭାବ୍ୟ ଆତଙ୍କୀ ହମଲାର ମୁକାବିଲା ଲାଗି NSG, ୟୁପି ଏଟିଏସ୍ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୨୭୦୦ ଏଆଇ କ୍ୟାମେରା ଲଗାଯାଇଥିବାବେଳେ ସଙ୍ଗମ ସ୍ଥଳ ଏବଂ ବୁଡ଼ ପକାଇବା ଘାଟରେ ପାଣି ଭିତରେ ୱାଟର ଡ୍ରୋନ୍ ମଧ୍ୟ ମୁତୟନ କରାଯାଇଛି । ୧୧୩ ଅଣ୍ଡରୱାଟର ଡ୍ରୋନ୍ ମଧ୍ୟ ଲଗାଯାଇଛି । ଏହି ଡ୍ରୋନ୍ଗୁଡ଼ିକ ୧୦୦ ମିଟର ଗଭୀରତାରେ କାର୍ଯ୍ୟ କରିବା ସହିତ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରକୁ ତଥ୍ୟ ପଠାଇବେ ।

Also Read : ମହାକୁମ୍ଭରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, NSG କମାଣ୍ଡୋ ଠାରୁ ଆରମ୍ଭ କରି ଅଣ୍ଡରୱାଟର ଡ୍ରୋନ ମୁତୟନ

You might also like