ରାମ ମନ୍ଦିର ପାଇଁ ୧ କୋଟି ଦେଇଥିବା ମହନ୍ତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ଯଜ୍ଞ ଆୟୋଜନ ପାଇଁ କରୁଥିଲେ ପ୍ରସ୍ତୁତି

ମଧ୍ୟ ପ୍ରଦେଶର ନରସିଂହପୁରରୁ ସୋମବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମହନ୍ତ କନକ ବିହାରୀ ଦାସ ମହାରାଜଙ୍କ ମୃତ୍ୟୁ ଘଟିଛି।

ମଧ୍ୟ ପ୍ରଦେଶର ନରସିଂହପୁରରୁ ସୋମବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମହନ୍ତ କନକ ବିହାରୀ ଦାସ ମହାରାଜଙ୍କ ମୃତ୍ୟୁ ଘଟିଛି। ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର ଡିଭାଇଡର୍ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ବରମାନ-ସଗରୀ ଜାତୀୟ ରାଜପଥ ୪୪ରେ ଘଟିଥିବା ଏହି ଦୁର୍ଘଟଣାରେ ମହନ୍ତଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ମହନ୍ତ କନକ ବିହାରୀ ଦାସ ମହାରାଜ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟିରୁ ଅଧିକ ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ। ରଘୁବଂଶ ଶିରୋମଣି ୧୦୦୮ ନାମରେ ଜଣାଶୁଣା କନକ ବିହାରୀ ଦାସ ମହାରାଜ ରଘୁବଂଶୀ ସମାଜର ରାଷ୍ଟ୍ରୀୟ ସନ୍ଥ ରୂପରେ ମଧ୍ୟ ନିଜର ପରିଚୟ ରଖିଥିଲେ।

ମହାରାଜଙ୍କ ଆଶ୍ରମ ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାର ନୋନିରେ ରହିଛି। ସେ ୟୁପିର ପ୍ରୟାଗରାଜରୁ ଛିନ୍ଦଓ୍ଵାଡା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମହାରାଜ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଯଜ୍ଞର ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ସେ ଏଠାରେ ୨୦୨୪ ଫେବୃୟାରୀ ୧୦ରୁ ୯ କୁଣ୍ଡୀୟ ଯଜ୍ଞର ଆୟୋଜନ କରିଥାଆନ୍ତେ।

Leave A Reply

Your email address will not be published.