ଭାଷଣ ଦେଉଥିବା ସମୟରେ ଟଳି ପଡିଲେ ଛାତ୍ରୀ, ହୃଦଘାତରେ ମୃତ୍ୟୁ

ମୃତ୍ୟୁ କେତେବେଳେ ଓ କାହାକୁ ଆସିବ ତାହା କାହାକୁ ଜଣାନାହିଁ ।  କୁହାଯାଏ ମୃତ୍ୟୁର ନିଦ୍ଧିଷ୍ଟ ବୟସ ନାହିଁ । କିଏ ଚାଲୁଥିବା ସମୟରେ ତ ଆଉ କିଏ ନାଚୁଥିବା ସମୟରେ ତ ଆଉ କିଏ କହୁଥିବା ସମୟରେ ମୃତ୍ୟୁର ଶିକାର ହୋଇଛନ୍ତି । ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ଧାରାଶିବ ଜିଲ୍ଲାରେ ।

ଏକ କେଲେଜରେ ବିଦାୟ ସମାରୋହ ଚାଲିଥିଲା ।  ଏହି ସମୟରେ ୨୦ ବର୍ଷୀୟ ଛାତ୍ରୀଙ୍କ ହଠାତ ସ୍ବାସ୍ଥବସ୍ଥା ବିଗିଡି ଗଲା । ସେ ମଞ୍ଚରେ ଭାଷଣ ଦେଉଥିଲେ । ଏହାପରେ ସେ ବେହୋସ ହୋଇ ତଳେ ପଡି ଯାଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  ଏହି ସବୁ ଘଟଣା କ୍ୟାମେରାରେ କଏଦ ହୋଇଥିଲା ।  ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ସିନ୍ଧେ କଲେଜ ପରଣ୍ଡାରେ ହୋଇଛି ।  ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଏହି ୨୦ ବର୍ଷୀୟ ଝିଅ ଖୁବ ଖୁସିର ସହ ମୁହଁରେ ହସ ଥାଇ ବିଦାୟ ଭାଷଣ ଦେଉଛି । ସେ ଖୁବ ଖୁସିର ସହ ଶିକ୍ଷକ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରୁଛି । କିନ୍ତୁ କିଛି ସମୟ ପରେ ତାଙ୍କ ଶରୀର ହଳଦିଆ ହୋଇଯାଇଥିଲା ।

ଏହାରି ଭିତରେ ସେ ତଳେ ପଡିଯାଇଥିଲେ । କିନ୍ତୁ ହଠାତ କେହି କିଛି ବୁଝି ପାରିନଥିଲେ ।  ଏହାପରେ ବର୍ଷାଙ୍କ ପାଖକୁ ଆସିଥିଲେ କିଛି ଲୋକ । ତାଙ୍କୁ ଉଠେଇବା ପାଇଁ ବହୁତ ଚେଷ୍ଟା କରିଥିଲେ ।  ଏହାପରେ ବର୍ଷାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Also read: ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହୃଦଘାତ, ଲକ୍ଷ୍ନୌରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ